ଓଡିଶା

odisha

ETV Bharat / bharat

50 ପ୍ରତିଶତ EVM ଓ VVPAT ଗଣତି ଦାବି: ଖାରଜ ହେଲା 21 ଦଳର ଆବେଦନ - ଆବେଦନ

ପଚାଶ ପ୍ରତିଶତ ଭିଭିପାଟ ଚିଠାକୁ ଇଭିଏମ ସହ ମେଳାଇବା ପାଇଁ କଂଗ୍ରେସ ଓ ପିଡିପି ସମେତ 21ଟି ବିପକ୍ଷ ଦଳ ସୁପ୍ରିମ କୋର୍ଟରେ ଆବେବନ କରିଥିଲେ । ବିପକ୍ଷ ଦଳ ଦାଏର କରିଥିବା ଆବେଦନକୁ ଖାରଜ କରିବା ସହ ଅଦାଲତ ଏହି ମାମଲାର ବାରମ୍ବାର ଶୁଣାଣି କରି ପାରିବେ ନାହଁ ବୋଲି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : May 7, 2019, 6:27 PM IST

ନୂଆଦିଲ୍ଲୀ: ଅତି କମରେ 50 ପ୍ରତିଶତ EVM ଓ VVPAT ଗଣତି ଦାବି ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ହୋଇଛି । ମଙ୍ଗଳବାର ସୁପ୍ରିମ କୋର୍ଟ ଏହି ମାମଲାର ଶୁଣାଣି କରି 21ଟି ବିରୋଧୀ ଦଳର ଆବେଦନ ଖାରଜ କରିଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଦୀପକ ଗୁପ୍ତା ଓ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ବିରୋଧୀଙ୍କ ଆବେଦନକୁ ଖାରଜ କରିଛନ୍ତି ।

ପଚାଶ ପ୍ରତିଶତ ଭିଭିପାଟ ଚିଠାକୁ ଇଭିଏମ ସହ ମେଳାଇବା ପାଇଁ କଂଗ୍ରେସ ଓ ପିଡିପି ସମେତ 21ଟି ବିପକ୍ଷ ଦଳ ସୁପ୍ରିମ କୋର୍ଟରେ ଆବେବନ କରିଥିଲେ । ବିପକ୍ଷ ଦଳ ଦାଏର କରିଥିବା ଆବେଦନକୁ ଖାରଜ କରିବା ସହ ଅଦାଲତ ଏହି ମାମଲାର ବାରମ୍ବାର ଶୁଣାଣି କରି ପାରିବେ ନାହଁ ବୋଲି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ।

ଆବେଦନ ଶୁଣାଣି ସମୟରେ ଅଦାଲତରେ ଚନ୍ଦ୍ରବାବୁ ନାଇଡୁ, ଡି ରାଜା, ସଞ୍ଜୟ ସିଂହ ଓ ଫାରୁକ ଅବଦୁଲା ଉପସ୍ଥିତ ଥିଲେ । ନିର୍ବାଚନ ଆୟୋଗ ନ ଶୁଣିବାରୁ ବିପକ୍ଷ ଦଳ ଅଦାଲତ ଆସିଥିବା ବେଳେ ବର୍ତ୍ତମାନ ପୁଣିଥରେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେବା ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ।


ସେହିପରି ନିର୍ବାଚନ ଫଳାଫଳରେ ଯଦି କିଛି ଭୁଲ ଆସେ ତେବେ ନିର୍ବାଚନ ଆୟୋଗ କୌଣସି ନିୟମ ଜାରି କରିନଥିବାରୁ ବିପକ୍ଷ ଅଦାଲତର ଦ୍ବାରସ୍ଥ ହୋଇଥିବା ଅଭିଶେଖ ମନୁ ସଂଘଭି କହିଛନ୍ତି । ପୂର୍ବରୁ ସୁପ୍ରିମ କୋର୍ଟ ଏପ୍ରିଲ 8 ତାରିଖ ପ୍ରତିଟି ବିଧାନସଭା କ୍ଷେତ୍ରରେ ଅତିକମରେ ପାଞ୍ଚଟି ବୁଥର ଇଭିଏମ ସହ ଭିଭିପାଟର ଟିଠାକୁ ମେଳ କରିବାକୁ କହିଥିଲେ ।

ABOUT THE AUTHOR

...view details