ନୂଆଦିଲ୍ଲୀ: ଅଯୋଧ୍ୟରେ ରାମଜନ୍ମ ଭୂମି-ବାବରୀ ମସଜିଦ ସହ ଜଡିତ ଏକ ମାମଲା ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଅଯୋଧ୍ୟାର ଅଣବିବାଦୀୟ ସ୍ଥଳରେ ପୂଜା କରିବା ପାଇଁ ଅନୁମତି ମାଗିଥିଲେ ଯାଚିକାକର୍ତ୍ତା । ଯାହାକୁ ଶୁକ୍ରବାର ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହି ଶୁଣାଣି ବେଳେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଯାଚିକାକର୍ତ୍ତାଙ୍କୁ ସମାଲୋଚନା କରିଛନ୍ତି ।
ଅଯୋଧ୍ୟାରେ ଅଣବିବାଦୀୟ ସ୍ଥାନରେ ପୂଜା କରିବାର ଅନୁମତି ଦେଲେନି ସୁପ୍ରିମକୋର୍ଟ - Supreme court
ଏହି ମାମଲାରେ କୋର୍ଟରେ ପଣ୍ଡିତ ଅମରନାଥ ମିଶ୍ରା ଯାଚିକା ଦାଖଲ କରିଥିଲେ । ଏହାପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଯାଚିକାକୁ ଖାରଜ କରିବା ସହ ୫ ଲକ୍ଷ ଟଙ୍କାର ଜୋରିମାନା ଲଗାଇଥିଲେ ।
ଫାଇଲ ଫଟୋ
ଏମିତି ଲାଗୁଛି ଆପଣ ଦେଶରେ ଶାନ୍ତି ବଜାୟ ରଖିବାକୁ ଦେବେ ନାହିଁ ବୋଲି ଜଷ୍ଟିସ ଗୋଗୋଇ କହିଛନ୍ତି । ଏହି ମାମଲାରେ କୋର୍ଟରେ ପଣ୍ଡିତ ଅମରନାଥ ମିଶ୍ରା ଯାଚିକା ଦାଖଲ କରିଥିଲେ । ଏହାପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଯାଚିକାକୁ ଖାରଜ କରିବା ସହ ୫ ଲକ୍ଷ ଟଙ୍କାର ଜୋରିମାନା ଲଗାଇଥିଲେ ।
ଅନ୍ୟପକ୍ଷେ ସୁପ୍ରିମକୋର୍ଟ ଆହ୍ଲାବାଦ କୋର୍ଟର ରାୟକୁ ରଦ୍ଦ କରିବାକୁ ମନା କରିବା ସହ ଜୋରିମାନା ରାଶି ମଧ୍ୟ ବଳବତ୍ତର ରଖିଛନ୍ତି । ଅଯୋଧ୍ୟା ବିବାଦକୁ ନେଇ ବହୁ ବର୍ଷ ଧରି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ଏଯାଏଁ ଏହା ଉପରେ କୌଣସି ନିଷ୍ପତ୍ତି ଆସିନାହିଁ ।