ଓଡିଶା

odisha

ETV Bharat / bharat

ଅଦାଲତ ଅବମାନନା, ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ - supreme court

ସୁପ୍ରିମକୋର୍ଟଙ୍କ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷଙ୍କୁ ନୋଟିସ ଜାରି କରାଯାଇଛି। ଅଦାଲତ ଅବମାନନା କରିଥିବା ଅଭିଯୋଗରେ ତାଙ୍କୁ ଏହି ନୋଟିସ ଜାରି କରାଯାଇଛି। ଏହି ମାମଲାର ଶୁଣାଣି ଆସନ୍ତା 23ରେ ହେବ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି।

ଫାଇଲ ଫଟୋ

By

Published : Apr 15, 2019, 7:46 PM IST

ନୂଆଦିଲ୍ଲୀ: ନିର୍ବାଚନୀ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଝଟକା। ରାଫେଲ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଯାଇ ମୋଦିଙ୍କୁ ରାହୁଲଙ୍କ ଆକ୍ଷେପ ମହଙ୍ଗା ପଡିପାରେ। ଏ ନେଇ ବିଜେପି ପକ୍ଷରୁ ଅଦାଲତ ଅବମାନନା ଆବେଦନ ରୁଜୁ କରାଯାଇଛି । ତେବେ ଏନେଇ ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି।

ଅଦାଲତ ଅବମାନନା କରିଥିବା ଅଭିଯୋଗରେ ତାଙ୍କୁ ଏହି ନୋଟିସ ଜାରି କରାଯାଇଛି। ଏହି ମାମଲାର ଶୁଣାଣି ଆସନ୍ତା 23ରେ ହେବ ବୋଲି ସର୍ବୋଚ୍ଚକୋର୍ଟ କହିଛନ୍ତି। ତେବେ ଇତି ମଧ୍ୟରେ ତାଙ୍କୁ ଜବାବ ଦେବାକୁ ହେବ ବୋଲି ନୋଟିସରେ କୁହାଯାଇଛି। ରାହୁଲଙ୍କୁ ସପ୍ତାହଙ୍କ ମଧ୍ୟରେ ନୋଟିସର ଜବାବା ଦେବାକୁ ପଡିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନା ଯୋଗ୍ୟ, ରାଫେଲ ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିରୋଧୀଙ୍କ ରିଭ୍ୟୁ ପିଟିସନ୍ (ସମୀକ୍ଷା ଆବେଦନ)କୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କୁ କଟାକ୍ଷ କରିଥିଲେ। ଚୌକିଦାର ଚୋର ବୋଲି ସୁପ୍ରିମକୋର୍ଟ ମଧ୍ୟ ମାନିଥିବା ରାହୁଲ କହିଥିଲେ। ତେବେ ରାହୁଲଙ୍କ ଏହି ବୟାନକୁ ନେଇ ବିଜେପି ନେତ୍ରୀ ମୀନାକ୍ଷୀ ଲେଖି ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ଯାଚିକା ଦାୟର କରିଥିଲେ ।

ABOUT THE AUTHOR

...view details