ଓଡିଶା

odisha

By

Published : Aug 16, 2019, 12:09 PM IST

ETV Bharat / bharat

ଧାରା 370 ଉଚ୍ଛେଦ: ପିଟିସନ ବୁଝି ପାରୁନାହାଁନ୍ତି ବିଚାରପତି

ଜାମ୍ମୁ ଓ କାଶ୍ମୀରରେ ଧାରା 370 ଉଚ୍ଛେଦ ପରେ ଘାଟିରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ବିରୋଧରେ ଦାଖଲ ଅଭିଯାଗ ଉପରେ ସୁପ୍ରିମ କୋର୍ଟରେ ଶୁଣାଣି ଜାରି । କିନ୍ତୁ ଦାଖଲ ହୋଇଥିବା ପିଟିସନକୁ ବାରମ୍ବାର ପଢି ମଧ୍ୟ ବୁଝିପାରୁନାହାଁନ୍ତି ବିଚାରପତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ଧାରା 370 ଉଚ୍ଛେଦ ପରେ ଏହାକୁ ନେଇ ସୁପ୍ରିମ କୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ଜାରି ରହିଛି । କାଶ୍ମୀର ଘାଟିରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରୁଛନ୍ତି ସୁପ୍ରିମ କୋର୍ଟ ।

ସୁରକ୍ଷା କର୍ମଚାରୀ ଘାଟିରେ ଦୈନିକ ସ୍ଥିତିର ସମୀକ୍ଷା କରୁଥିବା ବେଳେ ବାସ୍ତବତା ଉପରେ ଅବଗତ ଥିବା ସରକାରୀ ଓକିଲ ତୁଷାର ମେହତା କହିଛନ୍ତି ।

ଅନ୍ୟପକ୍ଷରେ କୋର୍ଟରେ ଦାଖଲ ହୋଇଥିବା ପିଟିସନକୁ ଅଧ ଘଣ୍ଟା ପଢିଥିଲେ ମଧ୍ୟ ଆବେଦନ କେଉଁ ବିଷୟକୁ ନେଇ ହୋଇଛି ତାହା ବୁଝି ପାରୁ ନଥିବା ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ।

ABOUT THE AUTHOR

...view details