ନୂଆଦିଲ୍ଲୀ: ରାଜନୈତିକ ଦଳକୁ ପବ୍ଲିକ ଅଥରିଟି ଭାବେ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି ଯାଚିକା । ଯାହାକୁ ନେଇ ଶୁଣାଣି କରିବାକୁ ରାଜି ହୋଇଛନ୍ତି ସର୍ବୋଚ୍ଚ କୋର୍ଟ । ସମସ୍ତ ପଞ୍ଜିକୃତ ଓ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳକୁ ସୂଚନା ଅଧିକାର ଆଇନ(ଆରଟିଆଇ) ଅନ୍ତର୍ଗତ 'ପବ୍ଲିକ ଅଥରିଟି' ଭାବେ ଘୋଷଣା କରିବାକୁ ଯାଚିକାରେ ଦାବି କରାଯାଇଛି ।
'ପବ୍ଲିକ ଅଥରିଟି' ଘୋଷିତ ହେବ ରାଜନୈତିକ ଦଳ ! - political party
ଶୁକ୍ରବାର କୋର୍ଟ ରାଜନୈତିକ ଦଳକୁ ପବ୍ଲିକ ଅଥରିଟି ଭାବେ ଘୋଷଣା କରିବାକୁ ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ଓ ନିର୍ବାଚନ ଆୟୋଗକୁ ନୋଟିସ ଜାରି କରିଛନ୍ତି । ଏହି ଯାଚିକା ବିଜେପି ନେତା ଅଶ୍ବିନୀ ଉପାଧ୍ୟାୟଙ୍କ ତରଫରୁ ଦାଖଲ କରାଯାଇଛି । ସେ ଏହି ଯାଚିକାରେ ସମସ୍ତ ରାଜନୈତିକ ଦଳକୁ ଆରଟିଆଇ ଆକ୍ଟର ଧାରା ୨ ଅନ୍ତର୍ଗତ ପବ୍ଲିକ ଅଥରିଟି ଘୋଷଣା କରିବାକୁ ଆବେଦନ କରିଥିଲେ ।
ଫାଇଲ ଫଟୋ
ଶୁକ୍ରବାର କୋର୍ଟ ଏଥିପାଇଁ କେନ୍ଦ୍ର ଆଇନ ମନ୍ତ୍ରାଳୟ ଓ ନିର୍ବାଚନ ଆୟୋଗକୁ ନୋଟିସ ଜାରି କରିଛନ୍ତି । ଏହି ଯାଚିକା ବିଜେପି ନେତା ଅଶ୍ବିନୀ ଉପାଧ୍ୟାୟଙ୍କ ତରଫରୁ ଦାଖଲ କରାଯାଇଛି । ସେ ଏହି ଯାଚିକାରେ ସମସ୍ତ ରାଜନୈତିକ ଦଳକୁ ଆରଟିଆଇ ଆକ୍ଟର ଧାରା ୨ ଅନ୍ତର୍ଗତ ପବ୍ଲିକ ଅଥରିଟି ଘୋଷଣା କରିବାକୁ ଦାବି କରିଛନ୍ତି ।
ସମସ୍ତ ରାଜନୈତିକ ଦଳ ୪ ସପ୍ତାହ ମଧ୍ୟରେ ନିଜ ନିଜ ସଙ୍ଗଠନରେ ସୂଚନା ଅଧିକାରୀଙ୍କୁ ନିଯୁକ୍ତି କରିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏହି ଯାଚିକାରେ ଦାବି କରାଯାଇଛି ।