ପାଟନା: ବିହାରରେ ଲାଗି ରହିଥିବା ଶିଶୁମୃତ୍ୟୁ ଘଟଣାରେ ହସ୍ତକ୍ଷେପ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏକ୍ୟୁଟ ଏନସାଫାଲାଇଟିସ ସିଣ୍ଡ୍ରୋମ ବା ଏଇଏସ ସ୍ଥିତି ସମ୍ପର୍କରେ ସମସ୍ତ ତଥ୍ୟକୁ ଦାଖଲ କରିବାକୁ ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି ।
ବିହାର ଶିଶୁମୃତ୍ୟୁ ଘଟଣା: ରିପୋର୍ଟ ତଲବ କଲେ ସୁପ୍ରିମକୋର୍ଟ - supreamcourt
ଏକ୍ୟୁଟ ଏନସାଫାଲାଇଟିସ ସିଣ୍ଡ୍ରୋମ ବା ଏଇଏସ ସ୍ଥିତି ସମ୍ପର୍କରେ ସମସ୍ତ ତଥ୍ୟକୁ ଦାଖଲ କରିବାକୁ ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି ।
ଏଇଏସର ସ୍ଥିତି ସମ୍ପର୍କରେ ସମସ୍ତ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଏହା ସହିତ ରାଜ୍ୟ ସରକାର ନେଇଥିବା ଚିକିତ୍ସା ସୁବିଧା, ପୋଷଣ ଓ ସ୍ବଚ୍ଛତା ଆଦି ସ୍ଥିତିର ଏକ ରିପୋର୍ଟ ଦାଖଲ କରିବା ପାଇଁ ମଧ୍ୟ ନୋଟିସ ଜାରି କରିଛନ୍ତି । ତେବେ ଆଗାମୀ ସାତ ଦିନ ମଧ୍ୟରେ ଏକ ଆଫିଡେଭିଟ୍ ଦାଖଲ କରିବା ସହ ମାମଲାର ଶୁଣାଣି 10 ଦିନ ପରେ କରିବା ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ତେବେ ପ୍ରାଥମିକ ସ୍ତରରେ ଯେଉଁ ସୁବିଧା ଉପଲବ୍ଧ ରହିବା କଥା ତାହା ନଥିବା ହେତୁ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ତେବେ 2017ରେ ୟୁପିରେ ଏହି ସମସ୍ୟା କାରଣରୁ 1000ରୁ ଊର୍ଦ୍ଧ୍ବ ଶିଶୁ ମୃତ୍ୟୁ ଘଟିଥିବା ନେଇ ଜନସ୍ବାର୍ଥ ମାମଲାରେ ପ୍ରଶ୍ନ କରାଯାଇଥିଲା ।