ପାଟନା: ଲାଲୁଙ୍କୁ ଭେଟିଛନ୍ତି ତାଙ୍କର କିଛି ପ୍ରିୟ ସମର୍ଥକ । ତେବେ ଶନିବାର ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଥିବା ଲାଲୁ ପ୍ରସାଦ ଯାଦବଙ୍କୁ ତାଙ୍କ ସମର୍ଥକ ରାଞ୍ଚି ମେଡିକାଲରେ ଭେଟିଛନ୍ତି ।
ସୂଚନା ମୂତାବକ, ଗତ ମେ 23ରେ ନିର୍ବାଚନ ଫଳାଫଳ ପରେ ବିହାରର ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ଲୋକସଭା ନିର୍ବାଚନରେ ଗୋଟିଏ ବି ସିଟ୍ ହାସଲ କରିନଥିଲା । ଏହି ଘଟଣା ଶୁଣିବା ପରେ ଲାଲୁଙ୍କୁ ଝଟକା ଲାଗିଥିଲା । ଯାହାଫଳରେ ସେ ଖାଦ୍ୟ ଖାଇବା ଛାଡିଦେଇଥିଲେ । ତେଣୁ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେଇଥିବାରୁ ତାଙ୍କୁ ରାଞ୍ଚିର ଏକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।