ଓଡିଶା

odisha

ETV Bharat / bharat

କ୍ୟୁଟ ଦାଦିଙ୍କ କ୍ୟୁଟ ଟିକଟିକ, ଭାଇରାଲ ହେଲା ଭିଡିଓ

ଟିକଟକରେ ଫେମସ ହେଲେ ଦାଦି । ନିଜର ଟ୍ୟାଲେଣ୍ଟ ଓ ସୁପର କୁଲ ଅନ୍ଦାଜରେ ବଢାଇଲେ ପ୍ୟାନ ଫଲୋଅର୍ସ । ଆଉ ସୋସିଆଲ ମିଡିଆରେ ଭାଇରାଲ ହେଲା ଦାଦିଙ୍କ ଭିଡିଓ ।

By

Published : Jul 9, 2019, 10:48 AM IST

ଫଟୋ ସୌଜନ୍ୟ : ଟ୍ବିଟର@ @Amit_smiling


ନୂଆଦିଲ୍ଲୀ : ସତରେ ସୋସିଆଲ ମିଡିଆ କିଛି ଅଜବ । ଏହାକୁ ବ୍ୟବହାର କରି ରାତା ରାତି ଫେମସ ହେଉଛନ୍ତି ସାଧାରଣ ଲୋକ । ଯେଉଁଠି ନିଜ କଳାକୁ ଦେଖାଇ ସାଉଁଟି ପାରୁଛି ପ୍ରଶଂସା । ଆଉ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ସାଜିଛି ଭିଡିଓ ଆପ ଟିକଟକ । ପିଲା ଠାରୁ ବୁଢା ସମସ୍ତେ ମାତିଛନ୍ତି ଏଥିରେ । ହେଲେ ନିକଟରେ ଭାଇରାଲ ହୋଇଛି ଟିକଟକ ଦାଦିଙ୍କ ଭିଡିଓ । ତାଙ୍କର ସୁପର କ୍ୟୁଟ ଅନ୍ଦାଜରେ ପଛରେ ପଡିଯିବେ ରଜନୀକାନ୍ତ ।

ଭିଡିଓ ସୌଜନ୍ୟ : ଟ୍ବିଟର@ @Amit_smiling

ଯେଉଁ ବୟସରେ ବିଛଣାରେ ଶୋଇ ଆରାମ କରିବା କଥା, ସେହି ବୟସରେ ଦାଦିଙ୍କ ସ୍ବାଗ ଦେଖିବାଯୋଗ୍ୟ । ମୁହଁର ଏକ୍ସପ୍ରେସନ ଠାରୁ ଆରମ୍ଭ କରି ଭିନ୍ନ ଅନ୍ଦାଜରେ ସେ ରାତାରାତି ହୋଇଛନ୍ତି ଫେମସ । 2012ର ହିଟ ସଙ୍ଗ କୋଲାବରୀ ଡିରେ ଦାଦି ଟିକଟକ ଭିଡିଓ ବନାଇଥିଲେ । ଆଉ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏହି ଭିଡିଓ ।

ଆଉ ଦାଦିଙ୍କ ସୁପର କୁଲ ଅନ୍ଦାଜକୁ କେହି ପ୍ରଶଂସା କରି ରହିପାରୁନାହାଁନ୍ତି । କେବଳ ଗୋଟିଏ ନୁହେଁ ଦାଦିଙ୍କ ଟିକଟକରେ ରହିଛି ଅନେକ ଭିଡିଓ ଯାହା ଆପଣ ଦେଖିପାରିବେ । ଆଉ ଦାଦିଙ୍କ ଏକ୍ସପ୍ରେସନକୁ ବାହା ବା ଦେବେ ।

For All Latest Updates

ABOUT THE AUTHOR

...view details