ନୂଆଦିଲ୍ଲୀ: ଗୁରୁବାର ରାତିରେ ସୁପର ମୁନ ଦେଖାଯାଇଥିଲା । ଯାହା ଥିଲା 2020 ବର୍ଷର ଅନ୍ତିମ ସୁପର ମୁନ । ଏହାକୁ ସୁପର ଫ୍ଲାୱାର ମୁନ ମଧ୍ୟ କୁହାଯାଉଛି । ନାସାର କହିବାନୁଯାୟୀ ଏହି ସୁପର ମୁନ ସନ୍ଧ୍ୟା 4.15ରେ ଦେଖା ଦେଇଥିଲା । ଏହା ଗୁରୁବାର ସନ୍ଧ୍ୟାରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଦେଖାଦେଇଛି । ଅନ୍ୟଦିନ ଅପେକ୍ଷା ଜହ୍ନ ଅତି ସୁନ୍ଦର ଓ ଉଜ୍ଜ୍ବଳ ଦେଖାଯାଉଥିଲା । କାରଣ ଏହା ପୃଥିବୀର ଅଧିକ ନିକଟତର ଥିଲା । ତେବେ ସୋସିଆଲ ମିଡିଆରେ ସୁପର ମୁନର ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି । ଯାହା ଅତ୍ୟନ୍ତ ସୁନ୍ଦ ଦେଖାଯାଉଥିବା ସହ ଲୋକଙ୍କୁ ବେସ ଆକୃଷ୍ଟ କରୁଛି ।
ବର୍ଷର ଶେଷ ସୁପର ମୁନ ଥିଲା ଅଧିକ ସୁନ୍ଦର ଓ ମନୋରମ, ଭାଇରାଲ ହେଉଛି ଫଟୋ - super moon
2020 ବର୍ଷ ଶେଷ ସୁପର ମୁନ ଗତକାଲି ଦେଖାଦେଇଥିଲା । ଆଉ ଏହା ଦେଖିବାକୁ ଖୁବ ସୁନ୍ଦର ଓ ଉଜ୍ଜ୍ବଳ ଥିଲା । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ତେବେ ଏହିଦିନକୁ ବୁଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଇଥିଲା । ଗତମାସରେ ମଧ୍ୟ ଏମିତି ସୁପର ମୁନ ଦେଖାଯାଇଥିଲା । ଯାହାକୁ ସୁପର ପିଙ୍କ ମୁନ କୁହାଯାଇଥିଲା । 2020 ବର୍ଷର ପ୍ରଥମ ସୁପର ମୁନ ଫେବୃଆରୀରେ ଦେଖାଦେଇଥିଲା । ଏହାପରେ ଗୋଟିଏ ମାର୍ଚ୍ଚ 9 ଓ ଆଉ ଗୋଟିଏ ମାର୍ଚ୍ଚ 11ରେ ଦେଖାଦେଇଥିଲା ।
1979ରେ ସୁପର ମୁନ ଶବ୍ଦ ବ୍ୟବହାର ହୋଇଥିଲା । ଅନ୍ୟ ଦିନ ଅପେକ୍ଷା ଏହିଦିନ ଜହ୍ନ 14 ପ୍ରତିଶତ ବଡ ଓ 30 ପ୍ରତିଶିତ ଅଧିକ ଉଜ୍ଜ୍ବଳ ଦେଖାଯାଇଥାଏ । ଜହ୍ନ ପୃଥିବୀ ଚାରିପଟେ ବୁଲିବା ସମୟରେ ଗୋଟିଏ ଦିନ ଏମିତି ଆସିଥାଏ ଯେଉଁଦିନ ଜହ୍ନ ପୃଥିବୀର ଅଧିକନିକଟତର ହୋଇଥାଏ । ଯାହାକୁ ସୁପରମୁନ କୁହାଯାଏ । ସାଧାରଣତଃ ପୃଥିବୀ ଓ ଜହ୍ନ ମଧ୍ୟରେ 384,400 କିମି ଦୂରତା ରହିଥାଏ । କିନ୍ତୁ ସୁପରମୁନ ଦିନ ଏହି ଦୂରତା କିଛି ସମୟ ପାଇଁ କମ ରହିଥାଏ । ଏତିକିବେଳେ ପୃଥୀବି ଓ ଜହ୍ନର ଦୂରତା 361,184 ରହିଥାଏ । ଗତବର୍ଷ 7 ଏପ୍ରିଲରେ ସୁପର ମୁନ ଦେଖାଦେଇଥିଲା ।