ବାରଣାସୀ: ଉଦଘାଟିତ ହୋଇଯାଇଛି ଭାରତର ପ୍ରଥମ ସୁପର କମ୍ପ୍ୟୁଟର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଇଆଇଟି ବିଏଚୟୁ, ବାରଣାସୀ ପରିସରରେ ଏହାକୁ ଆରମ୍ଭ କରିଛନ୍ତି । ନ୍ୟାସନାଲ କମ୍ପ୍ୟୁଟର ମିଶନରେ ପ୍ରସ୍ତୁତ ହୋଇଥିବା ଏହି କମ୍ପ୍ୟୁଟରକୁ ନେଇ ବେଶ ଆଶାବାଦୀ ଅଛନ୍ତି କେନ୍ଦ୍ର ସରକାର ।
ଭାରତକୁ ଆସିଲା ପ୍ରଥମ ସୁପର କମ୍ପ୍ୟୁଟର - iit
ଉଦଘାଟିତ ହୋଇଯାଇଛି ଭାରତର ପ୍ରଥମ ସୁପର କମ୍ପ୍ୟୁଟର
କାରଣ ଫ୍ରାନ୍ସ ସହ ମିଶି ୪୫୦୦ କୋଟି ଟଙ୍କାରେ ଭାରତ ଏହି ବୁଝାମଣା ସ୍ଵାକ୍ଷର କରିଥିଲା । ମିଳିଥିବା ସୂଚନା ମୁତାବକ ଭାରତର ଆଡ଼ଭାନ୍ସ କମ୍ପ୍ୟୁଟିଙ୍ଗ ଡେଭଲପମେଣ୍ଟ ସେଣ୍ଟର ଓ ଫ୍ରାନ୍ସର ଆଇଟି ସର୍ଭିସ କମ୍ପାନୀ ଏଟୋସ ମଧ୍ୟରେ ଏକ ତିନିବର୍ଷିୟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଆଉ ଏହି ଚୁକ୍ତିନାମା ଅନୁଯାୟୀ ଉଚ୍ଚ କ୍ଷମତାସମ୍ପନ୍ନ କମ୍ପ୍ୟୁଟରର ଡିଜାଇନ ଓ ଇଂସ୍ଟଲିଙ୍ଗ ଉପରେ କାର୍ଯ୍ୟ କରାଯିବ ।
ତେବେ ୪୫୦୦ କୋଟି ଟଙ୍କାରେ ହୋଇଥିବା ଏହି ଚୁକ୍ତି ଅନୁସାରେ ଦେଶର ବଡ ବଡ ଶିକ୍ଷାନୁଷ୍ଠାନମାନଙ୍କରେ ପାଖାପାଖି ୭୦ଟି ସୁପର କମ୍ପ୍ୟୁଟର ନିର୍ମାଣ କରାଯିବ। ଆଉ ଏହାରି ପରିପ୍ରେକ୍ଷୀରେ ଆଇଆଇଟି ବାରଣାସୀ କ୍ୟାମ୍ପସରେ ପ୍ରଥମ କମ୍ପ୍ୟୁଟର ଆରମ୍ଭ କରାଯାଇଛି। ବିଶେଷ କରି ବିଶ୍ୱରେ ଡିଜିଟାଲ ଟ୍ରାନ୍ସଫରମେସନ କ୍ଷେତ୍ରରେ ଆଗୁଆ ହେବାକୁ ଏହି ମିଶନ କରାଯାଉଛି ।