ଓଡିଶା

odisha

ETV Bharat / bharat

2019 ନିୟୁର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଶ୍ରେଷ୍ଠ ଶିଶୁ କଳାକାର ସନ୍ନି ପାୱାର

ବସ୍ତିରୁ ବିଦେଶ । ନିଜର ହୁନର ପାଇଁ ଆଜି ସେ ଏତେ ଛୋଟ ବୟସରୁ ହୋଇଛନ୍ତି ସାରା ବିଶ୍ବରେ ପରିଚିତ। ଆଉ ପାଇଛନ୍ତି ଅନେକ ପୁରସ୍କାର। ମୁମ୍ବାଇ କୁଚିକୁର୍ଭେ ନଗରର ଏକ ବସ୍ତିରେ ପରିବାର ସହ ରୁହନ୍ତି 11 ବର୍ଷର ସନ୍ନି ପାୱାର। ବର୍ତ୍ତମାନ ସେ ବେଷ୍ଟ ଚାଇଲ୍ଡ ଆର୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । 2019 ନିୟୁର୍କରେ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଏହି ସମ୍ମାନ ଚଳଚ୍ଚିତ୍ର ଛିପ୍ପା ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି ।

By

Published : May 16, 2019, 11:34 AM IST

ଫଟୋ ସୌଜନ୍ୟ : ଏଏନଆଇ

ମୁମ୍ବାଇ: ମୁମ୍ବାଇ କୁଚିକୁର୍ଭେ ନଗରରେ ରୁହନ୍ତି 11 ବର୍ଷର ସନ୍ନି ପାୱାର। ବେଷ୍ଟ ଚାଇଲ୍ଡ ଆର୍ଟିଷ୍ଟର ହକଦାର ହୋଇଛନ୍ତି ସେ । 2019 ନିୟୁର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ଏହି ସମ୍ମାନ ପାଇଛନ୍ତି । ଚଳଚ୍ଚିତ୍ର ଛିପ୍ପା ପାଇଁ ତାଙ୍କୁ ଆୱାର୍ଡ ଦିଆଯାଇଛି।

ମୁମ୍ବାଇର ବସ୍ତିରେ ପରିବାର ସହ ରୁହନ୍ତି ସନ୍ନି। ପିଲାଟି ଦିନକୁ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ଥିଲା। ତେଣୁ ସେ ଉଭୟ ବଲିଉଡ ଏବଂ ହଲିଉଡରେ ଶିଶୁ କଳାକାର ଭାବେ କାମ କରୁଛନ୍ତି । ଏହି ପୁରସ୍କାର ପାଇବା ପରେ ସେ ଖୁବ ଖୁସିଥିବା କହିଛନ୍ତି । ଆଗକୁ ମଧ୍ୟ ସେ ଉଭୟ ବଲିଉଡ ଏବଂ ହଲିଉଡ ଚଳଚ୍ଚିତ୍ରରେ କାମ କରିବେ ବୋଲି କହିଛନ୍ତି । ମୁଁ ଭବିଷ୍ୟତରେ ରଜନୀକାନ୍ତଙ୍କ ଭଳି ବଡ ଅଭିନେତା ବନିବି ଏବଂ ମୋ ମାତାପିତାଙ୍କ ପାଇଁ ଗୌରବ ଆଣିଦେବି ।

ଏହି ପୁରସ୍କାର ପାଇବାର ସମସ୍ତ ଶ୍ରେୟ ସେ ନିଜ ମାତାପିତାଙ୍କୁ ଦେଇଛନ୍ତି । ପୂର୍ବରୁ 2016ରେ ସେ ଅଷ୍ଟ୍ରେଲିଆନ ନିର୍ଦ୍ଦେଶକ ଗର୍ଥ ଡାଭିସଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଲାୟନ(lion)ରେ କାମ କରିଛନ୍ତି।

For All Latest Updates

ABOUT THE AUTHOR

...view details