ଓଡିଶା

odisha

By

Published : Sep 22, 2019, 6:57 AM IST

ETV Bharat / bharat

ବାବରୀ ମସଜିଦ ବିଧ୍ବଂଶ ମାମଲା; କଲ୍ୟାଣ ସିଂହଙ୍କୁ ସିବିଆଇର ସମନ

ବାବରୀ ମସଜିଦ ବିଧ୍ବଂଶ ମାମଲାରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ସିବିଆଇର ସମନ ।

ଫାଇଲ ଫଟୋ

ଲକ୍ଷ୍ନୌ: ବିବାଦୀୟ ବାବରୀ ମସଜିଦ ବିଧ୍ବଂଶ ମାମଲାରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ସିବିଆଇର ସମନ । ଆସନ୍ତା 27 ତାରିଖରେ କଲ୍ୟାଣ ସିଂହଙ୍କୁ ସିବିଆଇର ସ୍ବତନ୍ତ୍ର ଅଦାଲତରେ ହାଜର ହେବାକୁ ଆଦେଶ ଜାରି କରାଯାଇଛି ।

୧୯୯୨ରେ ଶତାଧିକ ହିନ୍ଦୁ ଶହ ଶହ ବର୍ଷ ପୁରୁଣା ବାବରୀ ମସଜିଦ ଉପରେ ଚଢ଼ି ଯାଇଥିଲେ ଓ ଏହାକୁ ଶାବଳ, ହାତୁଡ଼ି ଓ ଅନ୍ୟ ଉପକରଣ ବ୍ୟବହାର କରି ଭାଙ୍ଗି ଦେଇଥିଲେ । ଏହାପରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ୩୦୦୦ରୁ ଅଧିକ ଜୀବନ ଯାଇଥିଲା । ତେବେ ମସଜିଦ ବିଧ୍ବଂଶ ଘଟଣାରେ କଲ୍ୟାଣ ସିଂହ ଷଡଯନ୍ତ୍ର କରିଥିବା ନେଇ ସିବିଆଇ ମକଦ୍ଦମା ରୁଜୁ କରିଥିଲା ।

କଲ୍ୟାଣ ସିଂହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିବାଦୀୟ ବାବରୀ ମସଜିଦର କିଛି ହେବ ନାହିଁ ବୋଲି ରାଷ୍ଟ୍ରୀୟ ଏକତା ପରିଷଦକୁ ପ୍ରତିଶୃତି ଦେଇଥିଲେ । ଏହା ବ୍ୟତିତ ମସଜିଦକୁ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ହିସାବରେ ସେ କେନ୍ଦ୍ରୀୟ ସୁରକ୍ଷା ବାହିନୀର ବ୍ୟବହାର କରିନଥିବା ଅଭିଯୋଗ କରିଥିଲା ସିବିଆଇ । କିନ୍ତୁ ସେହି ସମୟରେ ସେ ରାଜସ୍ଥାନର ରାଜ୍ୟପାଳ ଥିଲେ । ତେଣୁ ସମ୍ବିଧାନର ଧାରା 351 ଅଧୀନରେ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିଯାଇଥିଲେ । ତେବେ ରାଜ୍ୟପାଳ ଭାବରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ଏବେ କୋର୍ଟରେ ହାଜର ହେବା ପାଇଁ ସିବିଆଇର ସ୍ବତନ୍ତ୍ର ଅଦାଲତରେ ଆବେଦନ କରାଯାଇଥିଲା ।

ABOUT THE AUTHOR

...view details