ଓଡିଶା

odisha

ହାଇଦ୍ରାବାଦ ବିମାନ ବନ୍ଦରରେ ସୁଦାନ ମହିଳାଙ୍କ ମୃତ୍ୟୁ

ହାଇଦ୍ରାବାଦର ରାଜୀବଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ସୁଦାନର 62 ବର୍ଷିୟ ବୟସ୍କ ମହିଳା ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୋଲିସ ସୂଚନା ଅନୁସାରେ ମହିଳା ଜଣକ କ୍ୟାନସର ରୋଗୀ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

By

Published : Jul 5, 2020, 5:25 PM IST

Published : Jul 5, 2020, 5:25 PM IST

ହାଇଦ୍ରାବାଦ ବିମାନ ବନ୍ଦରରେ ସୁଦାନ ମହିଳାଙ୍କ ମୃତ୍ୟୁ
ହାଇଦ୍ରାବାଦ ବିମାନ ବନ୍ଦରରେ ସୁଦାନ ମହିଳାଙ୍କ ମୃତ୍ୟୁ

ହାଇଦ୍ରାବାଦ: ବିମାନ ବନ୍ଦରରେ ସୁଦାନର ମହିଳାଙ୍କ ମୃତ୍ୟୁ । ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ସୁଦାନର 62 ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଛି । ପୋଲିସ ସୂଚନା ଅନୁସାରେ ମହିଳାଙ୍କ ନାମ ହାଇବା ମହମ୍ମଦ ତାହା ଅଲ୍ଲୀ ଏବଂ ସେ ସୁଦାନ ନାଗରିକ ବୋଲି ଜଣାପଡିଛି ।

ବିମାନବନ୍ଦର ଅଧିକାରୀ କହିଛନ୍ତି ସମସ୍ତ ଔପଚାରିକତା ପୂରଣ କରିବା ପରେ ମହିଳା ଜଣକ ବୋର୍ଡିଂ ଗେଟ ନିକଟରେ ହଠାତ ପଡିଯାଇ ମୃତ୍ୟୁ ବରଣ କରିଛନ୍ତି । ମହିଳା ଜଣକ ବଦର ଏୟାରଲାଇନ୍ସ J4-226 / 227 ବିମାନରେ ଜଣେ ଯାତ୍ରୀ ଥିଲେ | ସେ ସୁଦାନରୁ ହାଇଦ୍ରାବାଦ ଏବଂ ପରେ ସେ ମସ୍କଟ ଯାଉଥିଲେ ।

ପୋଲିସ ସୂଚନା ଅନୁୟାୟୀ ସକାଳ ସାତଟାରେ ବିମାନବନ୍ଦରରେ ଜଣେ ମହିଳା ହ୍ବିଲ ଚେୟାରରେ ବିମାନବନ୍ଦରକୁ ଆସୁଥିଲେ ହଠାତ୍ ବୋର୍ଡିଂ ଗେଟ ନିକଟରେ ପଡ଼ିଯାଇଥିଲେ । ଏହା ପରେ ତାଙ୍କୁ ଆପୋଲୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମହିଳା ଜଣେ କର୍କଟ ରୋଗୀ ଥିଲେ ଏବଂ ଗତ ସାତ ମାସ ଧରି ହାଇଦ୍ରାବାଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।

For All Latest Updates

TAGGED:

ABOUT THE AUTHOR

...view details