ନୂଆଦିଲ୍ଲୀ: ଲକଡାଉନ୍ ପରେ ବିମାନ ଚଳାଚଳ ସ୍ବଭାବିକ ରହିବ । କୋରୋନା ଭାଇରସ ସଂକ୍ରମଣ ନେଇ ଆପଣ ପୂର୍ବରୁ ଅନେକ ସୁରକ୍ଷା ବ୍ୟବସ୍ଥା ବ୍ୟବହାର କରୁଛନ୍ତି । କିନ୍ତୁ ବିମାନବନ୍ଦରରେ ଆପଣ ସୁରକ୍ଷା ନେଇ ବିଭିନ୍ନ ପଦ୍ଧତି ବ୍ୟବହାର କରୁଥିବା ଦେଖିବାକୁ ପାଇବେ । ଲକଡାଉନ୍ ସରିବା ପରେ କେଉଁ କାର୍ଯ୍ୟ ଉପରେ ଧ୍ୟାନ ରଖିବା ଆବଶ୍ୟକ ତାହା ଜାଣନ୍ତୁ...
ଲକଡାଉନ ପରେ ବିମାନ ବନ୍ଦରରେ ବଦଳିବ ଅନେକ ବ୍ୟବସ୍ଥା ବୋର୍ଡିଂ ପାସ୍ ପାଇଁ ବିଶେଷ ପ୍ରସ୍ତୁତି ହେବ
ଅଧିକାରୀ କହିଛନ୍ତି ଯେ, ବିମାନ ବନ୍ଦରକୁ ଆସୁଥିବା ଯାତ୍ରୀମାନେ ସେମାନଙ୍କ ବୋର୍ଡିଂ ପାସ୍ ଘରୁ ପ୍ରିଣ୍ଟ କରିବେ ବୋଲି ଆଶା କରାଯାଉଛି । ପ୍ରତ୍ୟେକ ଯାତ୍ରୀଙ୍କୁ ସେମାନଙ୍କର ନାମ ଏବଂ ଉଡ଼ାଣ ବିବରଣୀ ହାଇଲାଇଟ କରିବାକୁ ପଡିବ । ଯାହା ଦ୍ବାରା କାଗଜକୁ ଅନ୍ୟ ଜଣଙ୍କ ହାତକୁ ଦେବା ଯେମିତି ଦରକାର ନହୁଏ ।
ବିମାନ ବନ୍ଦରରେ ସବୁବେଳେ ମାସ୍କ ଲଗାଇବା ଆବଶ୍ୟକ। ଏସ୍କେଲେଟର ଠାରୁ ଆରମ୍ଭ କରି ମାଟି ପର୍ଯ୍ୟନ୍ତ, ସାମାଜିକ ଦୂରତାକୁ ବଜାୟ ରଖିବାକୁ ପଡିବ ।
ସୂଚନାନୁସାରେ, ଲକଡାଉନ ଖୋଲିବା ପରେ ପ୍ରଥମେ ଦିଲ୍ଲୀର ବିମାନବନ୍ଦରରେ ଟର୍ମିନାଲ-3 ଖୋଲିବା ନେଇ ଆଶା କରାଯାଉଛି । ବିମାନ ବନ୍ଦରରେ ରଖାଯାଇଥିବା ଟ୍ରଲି ମଧ୍ୟ ଟ୍ରଲି ଡିସଇନଫେକସନ୍ ଟନେଲ ଦେଇ ଯିବ। ବିଭିନ୍ନ ସ୍ଥାନରେ ଧାଡି ପରିଚାଳକ ନିୟୋଜିତ ହେବେ, ଯେଉଁମାନେ ସାମାଜିକ ଦୂରତା ବଜାୟ ରଖିବା ପାଇଁ କାର୍ଯ୍ୟ କରିବେ । ଚେକ ଇନ କାଉଣ୍ଟରରେ ବସିବା ବ୍ୟବସ୍ଥା କରାଯିବ ଏବଂ ଚେୟାରଗୁଡିକ ରଖାଯିବ ଯାହା ଦ୍ବାରା ଧାଡିଟି ଅଧିକ ଭିଡ଼ ନହୁଏ । ବ୍ୟବହୃତ ମାସ୍କ ଏବଂ ଗ୍ଲୋଭସ୍ ପାଇଁ ଏକ ଅଲଗା ଡଷ୍ଟବିନ ରହିବ । ଏହା ବ୍ୟତୀତ ବିମାନ ବନ୍ଦରରେ ଏକ ସାନିଟାଇଜରକୁ ଅଳ୍ପ ଦୂରରେ ରଖାଯିବ ଯାହାଦ୍ୱାରା ଯାତ୍ରୀମାନେ କୌଣସି ଅସୁବିଧା ଅନୁଭବ ନକରି ହାତ ସଫା କରିବେ ।
ସୂଚନାଯୋଗ୍ୟ ଯେ, ଲକଡାଉନ ଲାଗୁ ହେବା ପରଠାରୁ ଯାତ୍ରୀମାନଙ୍କ ପାଇଁ ସମସ୍ତ ବିମାନବନ୍ଦର ବନ୍ଦ ରହିଛି । ଆସନ୍ତା 17 ତାରିଖ ପରେ ବିମାନବନ୍ଦର ଖୋଲାଯିବ ବୋଲି ଆଶା କରାଯାଉଛି।