ଓଡିଶା

odisha

ETV Bharat / bharat

MP-ATGMର ସଫଳ ପରୀକ୍ଷଣ, ଟାର୍ଗେଟରେ ଶତ୍ରୁର ଟ୍ୟାଙ୍କ

ଏମପି-ଏଟିଜିଏମକୁ ସ୍ଥଳସେନା ପାଇଁ ବିକଶିତ କରାଯାଇଛି । ସୂଚନାଯୋଗ୍ୟ, ବୁଧବାର ରାତିରେ ରାଜସ୍ଥାନର ମରୁଭୂମିରେ ଡିଆରଡିଓ ପକ୍ଷରୁ ଏହି ଟ୍ୟାଙ୍କ ନିରୋଧୀ ମାସାଇଲର ସଫଳ ପରୀକ୍ଷଣ ହୋଇଥିଲା । ଏହି ଅବସରରେ ମିସାଇଲର ୨-୩ କିଲୋମିଟର ଷ୍ଟ୍ରାଇକ ରେଞ୍ଜରେ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଥିଲା ।

By

Published : Mar 14, 2019, 11:17 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ହାସଲ କରିଛି ଏକ ବଡ ଉପଲବ୍ଧି । ମ୍ୟାନ-ପୋର୍ଟେବଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ (ଏମପି-ଏଟିଜିଏମ)ର ସଫଳ ପରୀକ୍ଷଣ ହୋଇଥିବା ସୂଚନା । ଏହାକୁ ଡିଆରଡିଓ ସେନାର ଇନଫ୍ରାଣ୍ଟ୍ରେ ଟୁପ ପାଇଁ ବିକଶିତ କରିଛି । ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆରଡିଓ) ତରଫରୁ ଏହାର ସଫଳ ପରୀକ୍ଷଣ କରାଯାଇଛି । ଏହା ଯୁଦ୍ଧ ସମୟରେ ଶତ୍ରୁର ଟ୍ୟାଙ୍କକୁ ଖୋଜି ଖୋଜି ଧ୍ବଂସ କରିବ ।


ଏମପି-ଏଟିଜିଏମକୁ ସ୍ଥଳସେନା ପାଇଁ ବିକଶିତ କରାଯାଇଛି । ସୂଚନାଯୋଗ୍ୟ, ବୁଧବାର ରାତିରେ ରାଜସ୍ଥାନର ମରୁଭୂମିରେ ଡିଆରଡିଓ ପକ୍ଷରୁ ଏହି ଟ୍ୟାଙ୍କ ନିରୋଧୀ ମାସାଇଲର ସଫଳ ପରୀକ୍ଷଣ ହୋଇଥିଲା । ଏହି ଅବସରରେ ମିସାଇଲର ୨-୩ କିଲୋମିଟର ଷ୍ଟ୍ରାଇକ ରେଞ୍ଜରେ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଥିଲା ।

ଏହାପୂର୍ବରୁ ରାଜସ୍ଥାନର ପୋଖରଣରେ ମାର୍ଚ୍ଚ ୧୧ରେ ସ୍ବଦେଶୀ କୌଶଳରେ ବିକଶିତ ଗାଇଡେଡ ମିସାଇଲ୍ 'ପିନାକି'ର ସଫଳ ପରୀକ୍ଷଣ କରାଯାଇଥିଲା । ଏହା ଦ୍ବାରା ସେନା ଆହୁରି କ୍ଷମତାଶୀଳ ହେବ ।

ABOUT THE AUTHOR

...view details