ଓଡିଶା

odisha

ETV Bharat / bharat

'ଦେଶର ହିତ ପାଇଁ ଗଠନ ହେଉ ଟୁ-ପାର୍ଟି ସିଷ୍ଟମ' - two party system

ନୂଆ କଂଗ୍ରେସ ଦଳକୁ ସୋନିଆ ଗାନ୍ଧିଙ୍କ ବିନା ଗଢିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରମଣ୍ୟମ ସ୍ବାମୀ । ସେ ଗାନ୍ଧୀ ପରିବାର ବିନା କଂଗ୍ରେସକୁ ଏକ ରାଜନୈତିକ ବିକଳ୍ପ ଭାବରେ ଦେଖନ୍ତି। ଅଧିକ ପଢନ୍ତୁ...

'ଦେଶର ହିତ ପାଇଁ ଗଠନ ହେଉ 2 ପାର୍ଟି ସିଷ୍ଟମ'
'ଦେଶର ହିତ ପାଇଁ ଗଠନ ହେଉ 2 ପାର୍ଟି ସିଷ୍ଟମ'

By

Published : Jun 28, 2020, 7:37 PM IST

ନୂଆଦିଲ୍ଲୀ: ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ବୟାନ ବାଜି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । ଖାଲି ସେତିକି ନୁହେଁ ସେ ମଧ୍ୟ ନିଜ ଦଳକୁ ଅନେକ ଥର ଟାର୍ଗେଟ କରିଛନ୍ତି, କିନ୍ତୁ ଏଥର ସେ ପୁଣି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଦେଶର ହିତ ପାଇଁ ସ୍ୱାମୀ ଏକ ରାଜନୈତିକ ଦଳକୁ ପରାମର୍ଶ ଦେଇଛନ୍ତି।

ସୁବ୍ରମଣ୍ୟମ ସ୍ବାମୀ ଟ୍ୱିଟ୍ କରି କହିଛନ୍ତି, 'ମୁଁ ପ୍ରବୃଦ୍ଧ ଜାତୀୟ ସ୍ୱାର୍ଥରେ ଗୋଟିଏ ଦୁଇଟି ଦଳ ବ୍ୟବସ୍ଥାକୁ ପରାମର୍ଶ ଦେଉଛି ଏକରେ ବିଜେପି, ୨ରେ କଂଗ୍ରେସ । ଯିଏ ଏନସିପି, ତୃଣମୂଳ କଂଗ୍ରେସ, ଜଗନ ରେଡ୍ଡିଙ୍କ ଓ୍ବାଇଏସଆର ଓ ପୁରୁଣା କଂଗ୍ରେସ ଯେଉଁଥିରେ TDK ଓ ବୁଦ୍ଧୁ, ବୋତଲ, ଗୁଣ୍ଡା, ପିସି, ବିସି ଓ ଏମସି ଅଛନ୍ତି ।

@swamy39

ସୂଚନାଯୋଗ୍ୟ ଯେ, ସୁବ୍ରମଣ୍ୟମ ସୋନିଆ ଗାନ୍ଧୀଙ୍କ ପାଇଁ TDK ଏବଂ ରାହୁଲ ଗାନ୍ଧୀଙ୍କ ପାଇଁ ବୁଦ୍ଧୁ ବା ମୂର୍ଖ, ବୋତଲ ମାନେ ପ୍ରିୟଙ୍କା ଗାନ୍ଧୀ, ପିସି ମାନେ ପି.ଚିଦାମ୍ବରମ୍, ବିସି ଶବ୍ଦ କାର୍ତ୍ତି ଚିଦାମ୍ବରମଙ୍କ ପାଇଁ ବ୍ୟବହାର କରିଛନ୍ତି । ସୁବ୍ରମଣ୍ୟମ ଏହା ପୂର୍ବରୁ ମଧ୍ୟ ତାଙ୍କ ଟ୍ୱିଟରେ ଏହି ଶବ୍ଦ ବ୍ୟବହାର କରିଛନ୍ତି । ସେହି ଅନୁଯାୟୀ, ସେ ଗାନ୍ଧୀ ପରିବାର ବିନା କଂଗ୍ରେସକୁ ଏକ ରାଜନୈତିକ ବିକଳ୍ପ ଭାବରେ ଦେଖନ୍ତି।

ଏହାପୂର୍ବରୁ ନେପାଳ ଏବଂ ଭାରତ ମଧ୍ୟରେ ସୀମା ବିବାଦ ଉପରେ ସେ ଭାରତୀୟ ବୈଦେଶିକ ନୀତିର ନବୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ବାମୀ ଟ୍ୱିଟ କରି କହିଛନ୍ତି, 'ନେପାଳ ଭାରତୀୟ ଅଞ୍ଚଳ ପାଇଁ କିପରି ଚିନ୍ତା କରିପାରିବ? ତାଙ୍କର ଭାବନା ଏତେ ଆଘାତ ପାଇଛି ଯେ ସେ ଭାରତ ସହ ସମ୍ପର୍କ ଭାଙ୍ଗିବାକୁ ଚାହୁଁଛନ୍ତି କି? ଏହା ଆମର ବିଫଳତା ନୁହେଁ କି? ବୈଦେଶିକ ନୀତି ପୁନଃ ପ୍ରତିଷ୍ଠା ହେବା ଆବଶ୍ୟକ ।

ABOUT THE AUTHOR

...view details