ଓଡିଶା

odisha

ETV Bharat / bharat

ଦେଶର ଗୁରୁତ୍ବପୂର୍ଣ୍ଣ ଯୁଦ୍ଧ ବିଷୟରେ ମନେ ପକାଉଛନ୍ତି ସୁବ୍ରମଣ୍ୟମ ସ୍ବାମୀ - subhramanian swamy

ଭାରତୀୟ ଜନତା ପାର୍ଟି ବା ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଏକ ଟ୍ବିଟ୍ କରି ଭାରତରେ କେତେଥର ଯୁଦ୍ଧ ହୋଇଛି ଓ ଦେଶର ଲୋକଙ୍କୁ ସ୍ବାଧୀନତା ମିଳିଛି ସେନେଇ କହିଛନ୍ତି ।

subhramanian swamy
ଗୁରୁତ୍ବପୂର୍ଣ୍ଣ ଯୁଦ୍ଧ ବିଷୟରେ ମନେ ପକାଇଛନ୍ତି ସୁବ୍ରମଣ୍ୟମ ସ୍ବାମୀ

By

Published : Aug 16, 2020, 1:07 PM IST

ନୂଆଦିଲ୍ଲୀ: ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଏକ ଟ୍ବିଟ୍ କରି ଭାରତରେ କେତେଥର ଯୁଦ୍ଧ ହୋଇଛି ଓ ଦେଶର ଲୋକଙ୍କୁ ସ୍ବାଧୀନତା ମିଳିଛି ସେ ନେଇ କହିଛନ୍ତି । ଏହି କ୍ରମରେ ସେ ହିନ୍ଦୁତ୍ବ ପାଇଁ ଏକ ଯୁଦ୍ଧ ବିଷୟରେ ଉଲ୍ଲେଖ କରି ଏହା 16 ମେ 2014 ରେ ଆରମ୍ଭ ହୋଇଛି ବୋଲି କହିଛନ୍ତି। ପ୍ରକାଶଥାଉକି, 16 ମେ 2014 ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି କେନ୍ଦ୍ରରେ କଂଗ୍ରେସକୁ ହଟାଇ ସରକାର ଗଠନ କରିଥିଲା।

ଗୁରୁତ୍ବପୂର୍ଣ୍ଣ ଯୁଦ୍ଧ ବିଷୟରେ ମନେ ପକାଇଛନ୍ତି ସୁବ୍ରମଣ୍ୟମ ସ୍ବାମୀ

ସୁବ୍ରମଣ୍ୟମ ସ୍ବାମୀ ଟ୍ବିଟରେ ଲେଖିଛନ୍ତି ଯେ ବ୍ରିଟିଶ ସାମ୍ରାଜ୍ୟବାଦରୁ ଭାରତର ପ୍ରଥମ ଯୁଦ୍ଧ 1857 ମସିହାରେ ହୋଇଥିଲା। ଦ୍ବିତୀୟ ଯୁଦ୍ଧ 21 ଅକ୍ଟୋବର 1943 ରେ ହୋଇଥିଲା। ଦେଶ ମଧ୍ୟରେ ଗୁପ୍ତ ପାଶ୍ଚାତ୍ୟକରଣରୁ ମୁକ୍ତିର ତୃତୀୟ ଯୁଦ୍ଧ 15 ଅଗଷ୍ଟ 1947 ରେ ଓ 16 ମେ 2014 ରେ ହିନ୍ଦୁତ୍ବ ପାଇଁ ଆଉ ଏକ ଯୁଦ୍ଧ ଆରମ୍ଭ ହୋଇଥିଲା।

ପ୍ରକାଶଥାଉକି, ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଅନେକ ସମୟରେ ହିନ୍ଦୁ ଅଧିକାର ବିଷୟରେ କୁହନ୍ତି। ସେ ରାମ ମନ୍ଦିର ନିର୍ମାଣ ପାଇଁ ସ୍ବର ଉତ୍ତୋଳନ କରିଥିଲେ। ସ୍ବାମୀ ଏହା ପୂର୍ବରୁ କହିଛନ୍ତି ଯେ ହିନ୍ଦୁମାନଙ୍କର ମୌଳିକ ଅଧିକାର ମୁସଲମାନମାନଙ୍କର ସମ୍ପତ୍ତି ଅଧିକାରଠାରୁ ଅଧିକ କାରଣ ଏହା ଏକ ସାଧାରଣ ଅଧିକାର। ସ୍ବାମୀ ସୁପ୍ରିମକୋର୍ଟରେ ଅନେକ ଥର କହିଛନ୍ତି, ‘ମୌଳିକ ଅଧିକାର ରହିବ ଓ ବାକି ସବୁ ରଦ୍ଦ ହେବ ତେଣୁ ମୁଁ ନିଶ୍ଚିତ ଯେ ଆମେ ଜିତିବୁ ଓ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବୁ’ । ସେ ଏହା ମଧ୍ୟ କହିଛନ୍ତି ଯେ ମୌଳିକ ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ ଓ ଯଦି କେହି ସମ୍ପତ୍ତି ଅଧିକାର ଆଣନ୍ତି ତେବେ ଏହାକୁ ପ୍ରତ୍ୟାଖ୍ୟାନ କରାଯିବ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜା କରାଯାଇଛି ଓ ମନ୍ଦିର ନିର୍ମାଣ ମଧ୍ୟ ଆରମ୍ଭ ହୋଇଛି। 1 ଅଗଷ୍ଟରେ ବହୁ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଭୂମି ପୂଜାରେ ଅଂଶଗ୍ରହଣ କରି ପୂଜା କାର୍ଯ୍ୟ ସମାପ୍ତ କରିଥିଲେ। ଏହି ଉତ୍ସବରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନର ମୁଖ୍ୟ ମୋହନ ଭଗବତ ଓ ଉତ୍ତରପ୍ରଦେଶ ମୁଖ୍ୟ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ।

ABOUT THE AUTHOR

...view details