ନୂଆଦିଲ୍ଲୀ: ବର୍ଷ 2020 ସାରା ଭାରତ ପାଇଁ ଏକ ବିପର୍ଯ୍ୟୟ ଓ ଭୟଙ୍କର ବର୍ଷ ଭାବେ ଅନେକ ଦିନ ପର୍ଯ୍ୟନ୍ତ ମନେ ରହିବ । କୋରୋନାର କରାଳ ତାଣ୍ଡବ ଭିତରେ ଆସିଛି ଏକ ଦୁଃଖଦ ଖବର । ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍ ସହରରେ ଏଲଜି ପଲିମର ପ୍ଲାଣ୍ଟରେ ରାସାୟନିକ ଗ୍ୟାସ ଲିକ୍ ହୋଇଛି । ଏଥିରେ 11 ଜଣଙ୍କ ମୃତ୍ୟୁ 20 ଗୁରୁତର ଓ ହଜାର ହଜାର ଲୋକୋ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗ୍ୟାସ ପ୍ରଭାବରେ ଗୁରୁବାର ସକାଳେ ଆସିଥିବା ଛାତିତଥା ଭିଡିଓ । ରାସ୍ତାରେ ଅଚାନକ ଟଳି ପଡୁଥିଲେ ଲୋକେ । ଗ୍ୟାସର ପ୍ରଭାବ କେତେ ଭୟାନକ ଥିଲା ତାହା ଏହି ଭିଡିଓ ସବୁରୁ ସ୍ପଷ୍ଟ ଦେଖାଯାଉଥିଲା । ଭୋପାଳ ଗ୍ୟାସ ଟ୍ରେଜେଡିକୁ ମନେ ପକାଇ ଦେଉଥିଲା ଏହି ଦୃଶ୍ୟ । ଏବେ ଆସନ୍ତୁ ଜାଣିବା ଲିକ ହୋଇଥିବା ଗ୍ୟାାସଟି କଣ ଓ ଏହା ମାନବ ଶରୀର ଉପରେ କି ପ୍ରଭାବ ପକାଇଥାଏ ।
ଲିକ୍ ଗ୍ୟାସ୍ ହେଉଛି ଷ୍ଟାଇରନ୍, ଏକ ରଙ୍ଗହୀନ ତରଳ ପଦାର୍ଥ ଯାହା ସହଜରେ ବାଷ୍ପୀଭୂତ ହୋଇପାରେ | ସାଧାରଣତ ରେଫ୍ରିଜରେଟରେ ବ୍ୟବହାର ହୋଇଥାଏ । ଯାହା ଏହି ରାସାୟନିକ ପଦାର୍ଥର ଶୁଦ୍ଧ ରୂପରେ ହୋଇଥାଏ ,ଫଳରେ ରେଫ୍ରିଜରେଟରେ ସୁଗନ୍ଧ ଦେଇଥାଏ ଏହି ଗ୍ୟାସ | ଷ୍ଟାଇରନ ଗ୍ୟାସ୍ ପ୍ରଭାବରେ ନିଶ୍ବାସ ନେବାବେଳେ ଅନେକ ଲକ୍ଷଣ ସୃଷ୍ଟି କରିପାରେ ଯେପରିକି ବାନ୍ତି, ମୁଣ୍ଡବିନ୍ଧା, ଦୁର୍ବଳତା ଇତ୍ୟାଦି |
ଏଜେନ୍ସି ଫର ଟକ୍ସିସ ସବଷ୍ଟାାନ୍ସ ଆଣ୍ଡ ଡିଜିଜ ରେଜେଷ୍ଟ୍ରି ଅନୁଯାୟୀ ଷ୍ଟାଇରନ୍ ହେଉଛି ଏକ ରଙ୍ଗହୀନ ତରଳ ଯାହାକି ପ୍ଲାଷ୍ଟିକ୍ ଏବଂ ରବର ଉତ୍ପାଦନରେ ବହୁଳ ଭାବରେ ବ୍ୟବହୃତ ହୁଏ | ରାସାୟନିକ ପ୍ୟାକେଜିଂ ସାମଗ୍ରୀ, ଫାଇବର ଗ୍ଲାସ୍, ପାନୀୟ କପ୍ ଏବଂ ଅନ୍ୟାନ୍ୟ ଖାଦ୍ୟ ବ୍ୟବହାର ସାମଗ୍ରୀ ସହିତ ଅନେକ ଉତ୍ପାଦରେ ମଧ୍ୟ ଏହା ବ୍ୟବହୃତ ହୁଏ |