ଓଡିଶା

odisha

ETV Bharat / bharat

ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରଙ୍କୁ ଖାଲି କରିବାକୁ ପଡିବିନ ହଷ୍ଟେଲ - ଦିଲ୍ଲୀ ବିଶ୍ବବିଦ୍ୟାଳୟ

ଦିଲ୍ଲୀ ବିଶ୍ବବିଦ୍ୟାଳୟର ଉତ୍ତର-ପୂର୍ବ ମହିଳା ହଷ୍ଟେଲରେ ଛାତ୍ରୀ ମାନଙ୍କୁ ରହିବା ପାଇଁ ଅନୁମତି ଦିଆଯାଇଛି । ସେମାନେ ଯେତେଦିନ ଚାହିଁବେ ସେତେଦିନ ହଷ୍ଟେଲରେ ରହିପାରିବେ । ଅଧିକ ପଢ଼ନ୍ତୁ...

delhi university
ଦିଲ୍ଲୀ ବିଶ୍ବବିଦ୍ୟାଳୟ

By

Published : May 12, 2020, 12:50 AM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟର ଉତ୍ତର-ପୂର୍ବ ମହିଳା ହଷ୍ଟେଲରେ ଛାତ୍ରୀ ମାନଙ୍କୁ ରହିବା ପାଇଁ ଅନୁମତି ଦିଆଯାଇଛି । ସେମାନେ ଯେତେଦିନ ଚାହିଁବେ ସେତେଦିନ ହଷ୍ଟେଲରେ ରହିପାରିବେ ।

ହଷ୍ଟେଲରେ ତାଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ଓ ସମସ୍ତ ଆବଶ୍ୟକୀୟ ସେବା ମଧ୍ୟ ଜାରି ରହିବ । ହଷ୍ଟେଲ ପରିସରରେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବେ ବୋଲି କୁହାଯାଇଛି। ପ୍ରକାଶଥାଉ କି, ଉତ୍ତର-ପୂର୍ବ ହଷ୍ଟେଲରେ ଅନେକ ଛାତ୍ରୀ ଫସିରହିଛନ୍ତି ଓ ବିଶ୍ବବିଦ୍ୟାଳୟ ସେମାନଙ୍କୁ ହେଷ୍ଟେଲ ଖାଲି କରିବାକୁ ବାଧ୍ୟ କରିଥିଲା ।

ହଷ୍ଟେଲ ପ୍ରଶାସନ ଅନୁସାରେ ଏହି ମାସ ଶେଷ ସୁଦ୍ଧା ମେସ୍ ଚୁକ୍ତି ଶେଷ ହେଉଛି ତେଣୁ ସେମାନେ ଛାତ୍ରମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇ ପାରିବେ ନାହିଁ । ଏହାପରେ କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଧ୍ୟାନରେ ରଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡିୟୁ ପ୍ରଶାସନ ସହ କଥା ହୋଇଥିଲେ ଓ ହଷ୍ଟେଲରେ ରହିବା ନେଇ ପଦକ୍ଷେପ ନେଇଥିଲା ।

ଅନ୍ୟପକ୍ଷେ କେନ୍ଦ୍ରମନ୍ତ୍ରୀ ଡ଼ଃ ଜିତେନ୍ଦ୍ର ସିଂ ଟ୍ବିଟ କରି ଛାତ୍ରଙ୍କ ସମସ୍ୟା ନେଇ ବିଚାର କରିବାକୁ କହିଥିଲେ । ଏହି ଘଟଣାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ଛାତ୍ରଛାତ୍ରୀମାନଙ୍କୁ ରବିବାର ବିଳମ୍ବିତ ରାତିରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସେମାନେ ଯେତେଦିନ ପର୍ଯ୍ୟନ୍ତ ଚାହିଁବେ ହଷ୍ଟେଲରେ ରହିପାରିବେ ଓ ହଷ୍ଟେଲରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ।

ABOUT THE AUTHOR

...view details