ଓଡିଶା

odisha

ETV Bharat / bharat

ଶିକ୍ଷକଙ୍କ ଅକଥନୀୟ ଅତ୍ୟାଚାର: ଧୁ ଧୁ ଖରାରେ ମୁର୍ଗା ହେଲେ ଛାତ୍ର

ଏକ ସ୍କୁଲରେ ଉଦୁଉଦିଆ ଖରାରେ ଛାତ୍ରଙ୍କୁ କୁକୁଡା ଭଳି ଦଣ୍ଡ ଦେଇ କ୍ଲାସ ରୁମ ଭିତରକୁ ଯିବାକୁ କହୁଛନ୍ତି ଶିକ୍ଷକ । ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୁଜାଫରପୁରରେ ।

By

Published : Aug 24, 2019, 1:16 PM IST

ଫଟୋ ସୌଜନ୍ୟ- ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଲକ୍ଷ୍ନୌ: ଶିକ୍ଷାର ମନ୍ଦିରରେ ଲଜ୍ଜାଜନକ ଘଟଣା ।ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁ ଘଟଣା ସମ୍ପର୍କରେ ଜାଣିବା ପରେ ଶିକ୍ଷକ ଓ ଛାତ୍ରଙ୍କ ସମ୍ପର୍କକୁ ନେଇ ସନ୍ଦେହ ଦେଖାଦେଇଛି। ଉତ୍ତର ପ୍ରଦେଶର ମୁଜାଫରପୁର ଜିଲ୍ଲାରେ ଥିବା ଏକ ସ୍କୁଲରେ ଉଦୁଉଦିଆ ଖରାରେ ଛାତ୍ରଙ୍କୁ କୁକୁଡା ଭଳି ଦଣ୍ଡ ଦେଇ କ୍ଲାସରୁମ ଭିତରକୁ ଯିବାକୁ କହୁଛନ୍ତି ଶିକ୍ଷକ।

ଟିକିଏ ଭଲ କରି ଦେଖନ୍ତୁ ଏ ଦୃଶ୍ୟ କୁ...

ଭିଡିଓ ସୌଜନ୍ୟ- ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଟାଣଖରାରେ ସବୁ ଛାତ୍ରଙ୍କୁ ମୁର୍ଗା ବା କୁକୁଡା ହେବାକୁ କହୁଛନ୍ତି ଶିକ୍ଷକ । ନିଜ ହାତରେ ବାଡି ଧରିଥିବା ଶିକ୍ଷକ ଧମକାଇ ପିଲାଙ୍କୁ ତାଗିଦ୍ କରି କୁକୁଡା ହେବାକୁ କହୁଛନ୍ତି । କେବଳ କୁକୁଡା ହେବାକୁ ନୁହେଁ ଟାଣଖରାରେ ସେମିତି କୁକୁଡା ହୋଇ କ୍ଲାସରୁମକୁ ଯିବାକୁ ତାଗିଦ କରୁଥାନ୍ତି ଶିକ୍ଷକ।

ତେବେ ଏସବୁ ଭିଡିଓକୁ କେହି ଜଣେ ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ଖବର ଏବେ ପଦାକୁ ଆସିଛି । ହେଲେ ଏମିତି ଏକ ସମ୍ବେଦନଶୀଳ ଘଟଣାକୁ ନେଇ କେହି ମୁହଁ ଖୋଲିବାକୁ ନାରାଜ । ଖୋଦ ଯୋଗୀ ରାଜ୍ୟରେ ଏମିତି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋରଦାର।

ABOUT THE AUTHOR

...view details