ଓଡିଶା

odisha

ETV Bharat / bharat

ଲକଡାଉନ ପ୍ରଭାବ, ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ

ଦେଶବ୍ୟାପୀ ତାଲାବନ୍ଦର ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି । ବିଶେଷ କରି ଛାତ୍ରଛାତ୍ରୀଙ୍କର ପରୀକ୍ଷା ଅଧାରେ ରହିଯାଇଛି । ଏପଟେ କାୟା ବିସ୍ତାର କରି ଚାଲିଛି କୋରୋନା । ଏହାକୁ ଦେଖି ହରିୟାଣା ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

By

Published : Apr 6, 2020, 11:44 AM IST

ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ଉତୀର୍ଣ୍ଣ ହେଲେ ଛାତ୍ରଛାତ୍ରୀ
ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ଉତୀର୍ଣ୍ଣ ହେଲେ ଛାତ୍ରଛାତ୍ରୀ

ଚଣ୍ଡିଗଡ: ହରିୟାଣାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ସେ କହିଛନ୍ତି ଯେ ଲକଡାଉନ ଯୋଗୁଁ ସମସ୍ତ ସ୍କୁଲ ବନ୍ଦ ରହିଛି ତେଣୁ ଛାତ୍ରଛାତ୍ରୀଙ୍କର ବାର୍ଷିକ ପରୀକ୍ଷା ହୋଇପାରିନାହିଁ । ଫଳରେ ସମସ୍ତଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଛି ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍କୁଲ ଖୋଲିବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖାଇ ପାରିବେ ।

ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି ଯେ, ଲକଡାଉନ ଯୋଗୁଁ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କର ବିଜ୍ଞାନ ପେପର ପରୀକ୍ଷା ହୋଇପାରିନାହିଁ । ସେଥିପାଇଁ ଏହା ନିଷ୍ପତ୍ତି ନିଆଯାଇଛି ଯେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅନ୍ୟ ବିଷୟବସ୍ତୁରେ ଥିବା ମାର୍କ ଅନୁସାରେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ ।

ତେବେ ମୁଖ୍ୟମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି ଯେ ଯେତେବେଳେ ଏହି ପରିସ୍ଥିତି ଠିକ ହୋଇଯିବ ପୁଣି ଥରେ ବିଜ୍ଞାନ ପରୀକ୍ଷା କରାଯିବ । ସେହିପରି ଯୁକ୍ତ 2 ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଗଣିତ ପରୀକ୍ଷା ହୋଇନଥିବା ବେଳେ ସେମାନଙ୍କ ଅନ୍ୟ ବିଷୟବସ୍ତୁରେ ଥିବା ମାର୍କ ଅନୁସାରେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ ।

@ANI

ABOUT THE AUTHOR

...view details