ଓଡିଶା

odisha

ETV Bharat / bharat

ଟିକଟକ ନେଲା ଜୀବନ

ଟିକଟକ ନେଲା ଜୀବନ । ଏଭଳି ଏକ ଘଟଣା କେରଳର ତ୍ରିଶୁର ଜିଲ୍ଲାରେ ଘଟିଛି । ଜଣେ ନାବାଳକ ଟିକଟକ ସୁଟିଂ କରିବା ସମୟରେ ଫ୍ୟାନରେ ସାଲ ଲଗାଇ ଝୁଲି ପଡ଼ିଥିଲେ ।

By

Published : Aug 7, 2019, 3:20 PM IST

Updated : Aug 8, 2019, 2:38 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ତ୍ରିଶୁର: ଟିକଟକ ନେଲା ଜୀବନ । ଟିକଟକ କରୁଥିବା ବେଳେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ବାଳକ ଜଣକ ହେଉଛନ୍ତି ସ୍ଥାନୀୟ କୋଡ଼ୁଙ୍ଗାଲୁର ଅଞ୍ଚଳର 15 ବର୍ଷୀୟ ଅଦ୍ବେତ କିଶୋର । ଅଦ୍ବେତ ନିଜ ବେକରେ ସାଲ ଗୁଡ଼ାଇ ଫ୍ୟାନରେ ଝୁଲି ଟିକଟକ ସୁଟ କରୁଥିଲେ ।

ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ଏହି ଘଟଣା ଘଟିଛି । ଘରେ କେହି ନଥିବା ବେଲେ ଅଦ୍ବେତ ଟିକଟକ ସୁଟ କରିବା ପାଇଁ ଏଭଳି ପଦକ୍ଷେପ ନେଇଥିଲେ । ମାତ୍ର ସେ ଫ୍ୟାନରେ ଝୁଲି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଏ ସବୁ ଘଟଣା ମୋବାଇଲରେ ସୁଟିଂ ହୋଇଥିଲା । ଆଜି ତାଙ୍କ ମୃତଦେହକୁ ସକାଳେ ବାହାର କରାଯିବ ସହିତ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି।

Last Updated : Aug 8, 2019, 2:38 PM IST

ABOUT THE AUTHOR

...view details