ଓଡିଶା

odisha

ETV Bharat / bharat

ଥରିଲା ତାଇୱାନ, ରିକ୍ଟର ସ୍କେଲରେ ତୀବ୍ରତୀ 6.1 ରେକର୍ଡ

ଭୂକମ୍ପରେ ଥରିଲା ତାଇୱାନ। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.1 ଥିବା ରେକର୍ଡ କରାଯାଇଛି।

ଫାଇଲ ଫଟୋ

By

Published : Apr 18, 2019, 1:51 PM IST

ତାଇପେଇ: ଭୂକମ୍ପରେ ଥରିଲା ତାଇୱାନ। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.1 ଥିବା ରେକର୍ଡ କରାଯାଇଛି। ଆମେରିକାର ଜିଓଲୋଜିକାଲ ସର୍ଭେ ଅନୁସାରେ ଭୂକମ୍ପର କେନ୍ଦ୍ର ତାଇୱାନର ଉପକୂଳ ସହର 'ହୁଆଲିନ'। ଗୁରୁବାର ଅନୁଭୂତ ହୋଇଥିବା ଏହି ଶକ୍ତିଶାଳୀ ଭୂକମ୍ପରେ ରାଜଧାନୀ ତାଇପେଇରେ ଥିବା ସମସ୍ତ କୋଠା ଓ ଘର ଦ୍ବାରା ଥରି ଉଠିଥିଲା ।

ଭୂକମ୍ପ ରାତ୍ରି ପ୍ରାୟ 1 ଟା ସୁଦ୍ଧା ପଶ୍ଚିମ 'ହୁଆଲିନ'ରେ କେନ୍ଦ୍ରସ୍ଥଳରୁ 19 କି.ମି ଗଭୀରତାରେ ଅନୁଭୂତ ହୋଇଥିଲା। ପାଣିପାଗ ବିଭାଗର କହିବା ଅନୁସାରେ ବିଗତ ଦିନ ଅପେକ୍ଷା ଚଳିତ ବର୍ଷ ହୁଆଲିନ ଦ୍ବୀପରେ ଏହା ହେଉଛି ସବୁଠୁ ଶକ୍ତିଶାଳୀ ଭୂକମ୍ପ।

ଭୂକମ୍ପ ପାଇଁ ସମୁଦ୍ର କୂଳରେ ରହୁଥିବହା ଲୋକଙ୍କୁ ଜାପାନ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସୁନାମୀର କୌଣସି ଭୟ ନଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ବିଗତ କିଛି ଦିନ ହେବ ତାଇୱାନରେ ଭୂକମ୍ପ ଦେଖାଯାଇଛି। ସେହିଭଳି ମାତ୍ର ୨ଘଣ୍ଟା ମଧ୍ୟରେ ୫ଟି ଭୂକମ୍ପ ଆସିଛି। ୧୯୯୯ରେ ୭.୬ ତୀବ୍ରତାର ଭୂକମ୍ପ ଯୋଗୁଁ ଏହି ଦେଶରେ ଅତି କମରେ ୨୪୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା।

For All Latest Updates

ABOUT THE AUTHOR

...view details