ଓଡିଶା

odisha

ETV Bharat / bharat

କୋଭି଼ଡ ଗାଇଡଲାଇନ ଅନୁଯାୟୀ ପର୍ଯ୍ୟଟକଙ୍କ ପାଇଁ ଖୋଲିବ 'ଷ୍ଟାଚ୍ୟୁ ଅଫ ୟୁନିଟି'

ଅକ୍ଟୋବର 17 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିବ ଷ୍ଟାଚ୍ୟୁ ଅଫ ୟୁନିଟି। କୋରୋନା ମହାମାରୀ ଯୋଗୁଁ 6 ମାସ ହେଲା ବନ୍ଦ ରହିଥିଲା ଏହି ପର୍ଯ୍ୟଟନସ୍ଥଳୀ। ଅଧିକ ପଢ଼ନ୍ତୁ...

କୋଭି଼ଡ ଗାଇଡଲାଇନ ଅନୁଯାୟୀ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଷ୍ଟାଚୁ ଅଫ ୟୁନିଟି
କୋଭି଼ଡ ଗାଇଡଲାଇନ ଅନୁଯାୟୀ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଷ୍ଟାଚୁ ଅଫ ୟୁନିଟି

By

Published : Oct 14, 2020, 9:48 AM IST

ଗାନ୍ଧୀନଗର: ଦୀର୍ଘ 6 ମାସ ପରେ ବିଶ୍ବର ସର୍ବବୃହତ ମୂର୍ତ୍ତୀ ଷ୍ଟାଚ୍ୟୁ ଅଫ ୟୁନିଟି ଖୋଲିବାକୁ ଯାଉଛି। କୋରୋନା ମହାମାରୀ ଯୋଗୁଁ ଷ୍ଟାଚ୍ୟୁ ଅଫ ୟୁନିଟି ନିକଟକୁ ପର୍ଯ୍ୟଟକ ଆସିବାକୁ ବାରଣ କରାଯାଇଥିଲା। ତେବେ ନବରାତ୍ର ଆରମ୍ଭରୁ ଏଠାକୁ ପୁନଃ ପର୍ଯ୍ୟଟକଙ୍କୁ ବୁଲିବାକୁ ଅନୁମତି ଦିଆଯିବ ।

ଅକ୍ଟୋବର 17 ତାରିଖରୁ ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଖୋଲିବାକୁ ନିଷ୍ପତ୍ତି ନେଇଛି ସରୋବର ନର୍ମଦା ନିଗମ। ତେବେ ଷ୍ଟାଚ୍ୟୁ ଅଫ ୟୁନିଟି ବୁଲିବା ପର୍ଯ୍ୟଟକଙ୍କୁ କୋଭିଡ ଗାଇଡଲାଇନ କଡ଼ାକଡ଼ ଭାବେ ପାଳନ କରାଯିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ। ବିଶେଷ କରି ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଆଦି ଉପରେ ଗୁରୁତ୍ବ ଦିଆଯିବ ।

ଥରକରେ ଷ୍ଟାଚ୍ୟୁ ଅଫ ୟୁନିଟିକୁ କେବଳ 2 ହଜାର 5ଶହ ପର୍ଯ୍ୟଟକଙ୍କୁ ଛଡ଼ାଯିବ । ସେମାନଙ୍କ ମଧ୍ୟରୁ କେବଳ 5ଶହ ଜଣଙ୍କୁ ଗ୍ୟାଲେରୀ ଦେଖିବାକୁ ଅନୁମତି ଦିଆଯିବ । 193 ମିଟର ଉଚ୍ଚତାରେ ଷ୍ଟାଚ୍ୟୁ ଅଫ ୟୁନିଟିର ଗ୍ୟାଲେରୀ ରହିଛି। ଏହାସହ ପର୍ଯ୍ୟଟକମାନେ ଅନଲାଇନରେ ଟିକେଟ କରିବେ। ଏଥିପାଇଁ www.souttickets.inରେ ଲଗଇନ କରିବାକୁ ହେବ। ଏହି ୱେବସାଇଟରେ କେବଳ ଦୁଇ ଘଣ୍ଟା ପାଇଁ ଷ୍ଟାଚ୍ୟୁ ଅଫ ୟୁନିଟି ଟିକେଟ ମିଳିପାରିବ। ଅକ୍ଟୋବର 31 ତାରିଖ ଜାତୀୟ ଏକତା ଦିବସରେ କେଭାଡିଆ ସାଇଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବା କାର୍ଯ୍ୟକ୍ରମ ରହିଛି ।

ଏହାପୂର୍ବରୁ ଷ୍ଟାଚ୍ୟୁ ଅଫ ୟୁନିଟି ନିକଟରେ ଥିବା ଅନ୍ୟ ପର୍ଯ୍ୟଟନ ଆକର୍ଷଣକୁ ଖୋଲାଯାଇଛି। କେଭାଡିଆ ସାଇଟ, ଜଙ୍ଗଲ ସଫାରି, ଏକତା ମଲ ଓ ପାଖରେ ଥିବା ଏକ ଚିଲଡ୍ରେନ ପାର୍କ ଖୋଲାଯାଇଛି । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ କୋଭିଡ ନିୟମ ପାଳନ କରୁଛନ୍ତି କି ନାହିଁ ତାହା ଅନୁଧ୍ୟାନ କରିବାକୁ ଏହାକୁ ଖୋଲିଥିଲା ପ୍ରଶାସନ। ତେବେ ପର୍ଯ୍ୟଟକ ସମସ୍ତ ଗାଇଡଲାଇନକୁ ମାନୁଥିବା ନେଇ ସୂଚନା ମିଳିଛି।

@IANS

ABOUT THE AUTHOR

...view details