ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଲୟରୁ ରାତାରାତି 3ଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ହଟାଇ ଦିଆଯାଇଛି । ବିଶ୍ବ ବିଦ୍ୟାଳୟର ଆର୍ଟ ଫେକଲ୍ଟିରେ ଲାଗିଥିବା ମହାପୁରୁଷ ଭଗତ ସିଂହ, ସୁଭାଷ ବୋଷ ଓ ସାଭରକରଙ୍କ ପ୍ରତିମୂର୍ତ୍ତିକୁ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏଭିବିପି) ପକ୍ଷରୁ ହଟାଇ ଦିଆଯାଇଛି ।
ମହାପୁରୁଷଙ୍କୁ ଅପମାନ: ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ରାତାରାତି ହଟିଲା ପ୍ରତିମୂର୍ତ୍ତି - ହଟିଲା ପ୍ରତିମୂର୍ତ୍ତି
ଦିଲ୍ଲୀ ବିଶ୍ବ ବିଦ୍ୟାଳୟର ଆର୍ଟ ଫେକଲ୍ଟିରେ ଲାଗିଥିବା ମହାପୁରୁଷ ଭଗତ ସିଂହ, ସୁଭାଷ ବୋଷ ଓ ସାଭରକର ପ୍ରତିମୂର୍ତ୍ତିକୁ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏଭିବିପି) ପକ୍ଷରୁ ହଟାଇ ଦିଆଯାଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ଦିଲ୍ଲୀ ବିଶ୍ବବିଦ୍ୟାଳୟର ଅଧ୍ୟକ୍ଷ ଶକ୍ତି ସିଂ ତାଙ୍କ କାର୍ଯ୍ୟକାଳ ସମୟରେ ବିଶ୍ବବିଦ୍ୟାଳୟ ପରିସରରେ ଏହି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିଥିଲେ । ଯାହାକୁ ଅନେକ ଛାତ୍ର ସଙ୍ଗଠନ ବିରୋଧ ମଧ୍ୟ କରିଥିଲେ।ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ବିଭିନ୍ନ ଛାତ୍ର ସଙ୍ଗଠନ ମଧ୍ୟରେ ବାରମ୍ବାର ଉତ୍ତେଜନା ଦେଖାଦେଉଥିଲା । ଏପରିକି ଏ ମାମଲା ଥାନାରେ ମଧ୍ୟ ପହଞ୍ଚିଥିଲା ।
ଶେଷରେ ଛାତ୍ର ସଙ୍ଗଠନ ରାତାରାତି ମହାପୁରୁଷଙ୍କ ପ୍ରତିମୂର୍ତ୍ତିଙ୍କୁ ସେଠାରୁ ହଟାଇ ଦେଇଛି । ଏନେଇ କୁହାଯାଇଛି, ଆମେ ଚାହୁଁନୁ ମହାପୁରୁଷଙ୍କୁ ନେଇ କୌଣସି ରାଜନୀତି ହେଉ। ପ୍ରତିମୂର୍ତ୍ତିକୁ ହଟାଇ ଦେଇଛୁ । ଏହାସହ ଆହୁରି ମଧ୍ୟ କୁହାଯାଇଛି, ଛାତ୍ର ସଂସଦ ନିର୍ବାଚନ ପରେ ପୁଣି ଥରେ ଏହାର ସ୍ଥାପନା କରାଯିବ । ସେପଟେ ଏ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମହାପୁରୁଷଙ୍କ ପ୍ରତି ଏଭଳି ଅପମାନକୁ ସହଜରେ ଗ୍ରହଣ କରି ନାହାଁନ୍ତି ସାଧାରଣ ଲୋକେ । ଯାହାକୁ ନେଇ ରାଜନୀତି ମଧ୍ୟ ସରଗରମ ରହିଛି।