ଥିରୁଅନନ୍ତପୁରମ୍: ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବା କୋରୋନା ସଙ୍କଟ ମଧ୍ୟରେ କେରଳ ହେଉଛି ପ୍ରଥମ ରାଜ୍ୟ । ଏହି କ୍ରମରେ ଭୋକେସନାଲ୍ ଉଚ୍ଚ ମାଧ୍ୟମିକ ଶିକ୍ଷା (VHSE) ପରୀକ୍ଷା ମଙ୍ଗଳବାର ସକାଳେ ଆରମ୍ଭ ହୋଇଥିବାବେଳେ ଦଶମ ବୋର୍ଡ ପରୀକ୍ଷା 2 ଟା 30 ମିନିଟରୁ ଆରମ୍ଭ ହେବ । ସୂଚନାନୁଯାୟୀ, 20 ରୁ ଅଧିକ ଛାତ୍ରଙ୍କୁ ଏକ ଶ୍ରେଣୀରେ ବସିବାକୁ ଦିଆଯିବ ନାହିଁ।
କେରଳରେ ଆରମ୍ଭ ହେଲା ଦଶମ-ଦ୍ବାଦଶ ପରୀକ୍ଷା, 13 ଲକ୍ଷ ଛାତ୍ରଛାତ୍ରୀ ସାମିଲ - examination in kerala
ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବା କୋରୋନା ସଙ୍କଟ ମଧ୍ୟରେ କେରଳ ହେଉଛି ପ୍ରଥମ ରାଜ୍ୟ।
କେରଳରେ ଆରମ୍ଭ ହେଲା ଦଶମ-ଦ୍ବାଦଶ ପରୀକ୍ଷା
କେରଳର ପ୍ରାୟ 13 ଲକ୍ଷ ପ୍ରାର୍ଥୀ SSC, ଉଚ୍ଚ ମାଧ୍ୟମିକ ଓ VHSE ପରୀକ୍ଷା ଦେବେ । ଏହାପୂର୍ବରୁ ହାଇକୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ଯେଉଁଥିରେ ଲକଡାଉନ୍ ସରିବା ପୂର୍ବରୁ ପରୀକ୍ଷା ନକରିବାକୁ ଦାବି କରାଯାଇଥିଲା।
କେରଳ ସରକାରଙ୍କ ସ୍ବାସ୍ଥ୍ୟ ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷା କରାଯାଉଛି ଓ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଉଛି।