ଶ୍ରୀନଗର: ଚଳିତ ବର୍ଷ ମେ ମାସରେ ପାଣ୍ଡଜ ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପର୍ଦ୍ଦାଫାଶ କରିଛି ଶ୍ରୀନଗର ପୋଲିସ । ଏହି ଆକ୍ରମଣରେ ସାହାଯ୍ୟ କରିଥିବା ଆଇଏସଜେକେର 5 ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହା ସହିତ ଦୁଇଟି ଆମ୍ବୁଲାନ୍ସ ଏବଂ ଏକ ବାଇକ ଜବତ କରାଯାଇଛି। ଗିରଫ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଗାଡି ଏବଂ ସାମଗ୍ରୀ ଯୋଗାଇ ଦେଇଥିଲେ।
ଆତଙ୍କବାଦୀ ଆକ୍ରମଣର ପର୍ଦ୍ଦାଫାଶ, 5 ଆତଙ୍କବାଦୀ ଗିରଫ - ଆତଙ୍କବାଦୀ ଆକ୍ରମଣ
ଚଳିତ ବର୍ଷ ମେ ମାସରେ ପାଣ୍ଡଜ ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପର୍ଦ୍ଦାଫାଶ କରିଛି ଶ୍ରୀନଗର ପୋଲିସ । ଏହି ଆକ୍ରମଣରେ ଦୁଇ ଯବାନ ଶହୀଦ ହୋଇଥିଲେ।
ସୂଚନାମୁତାବକ, ଚଳିତ ବର୍ଷ ମେ 20 ରେ ଆତଙ୍କବାଦୀମାନେ ଶ୍ରୀନଗର ଜିଲ୍ଲାର ସୀମାନ୍ତ ପାଣ୍ଡଜ ଅଞ୍ଚଳରେ ନିୟୋଜିତ ବିଏସଏଫ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୁଇ ଯବାନ ଶହୀଦ ହୋଇଥିଲେ। ଆକ୍ରମଣ ପରେ ଆତଙ୍କବାଦୀମାନେ ଉଭୟ ଯବାନଙ୍କ ଅସ୍ତ୍ରଶସ୍ତ୍ର ନେଇ ପଳାଇଥିଲେ। ଶହୀଦ ଯବାନମାନେ 37 ତମ ବାଟାଲିୟନର ଥିଲେ ।
ସନ୍ଧ୍ୟା ପାଞ୍ଚଟା ବେଳେ ମୋଟର ସାଇକେଲରେ ତିନିଜଣ ଆତଙ୍କବାଦୀ ସେଠାରେ ପହଞ୍ଚି ଯବାନଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଘଟଣାରେ 2 ଯବାନ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ଡାକ୍ତରଖାନା ସ୍ଥାନାନ୍ତରଣ କରୁଥିବା ବେଳେ ଜଣେ ଯବାନ ରାସ୍ତାରେ ଶହୀଦ ହୋଇଥିଲେ । ସେହିପରି ଅନ୍ୟ ଯବାନ ଡାକ୍ତରଖାନାରେ ଶହୀଦ ହୋଇଥିଲେ ।