କଲୋମ୍ବୋ: ଗୋହତ୍ୟା ଓ ଅନ୍ୟ ପଶୁଙ୍କ ବଳି ଉପରେ ରୋକ ଲଗାଇଲେ ଶ୍ରୀଲଙ୍କା ସରକାର । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେଙ୍କ ନେତୃତ୍ବରେ ଶ୍ରୀଲଙ୍କା ସରକାର ସେମାନଙ୍କ ଦେଶରେ ଗୋ ହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଗୋହତ୍ୟା, ପଶୁ ବଳି ଓ ହତ୍ୟା ବନ୍ଦ ପାଇଁ ଏକ ପ୍ରସ୍ତାବକୁ ସରକାର ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛନ୍ତି l ତେବେ ସରକାର ଶୀଘ୍ର ଗୋ ହତ୍ୟା ବିରୋଧରେ ଆଇନ ପ୍ରଣୟନ କରିବେ ବୋଲି ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଏସଏଲପିପିର ସଂସଦୀୟ ଗୋଷ୍ଠୀକୁ କହିଛନ୍ତି ।
ଶ୍ରୀଲଙ୍କାରେ ଗୋହତ୍ୟାରେ ଲାଗିବ ରୋକ୍, ବିଫ୍ ଖାଇବାରେ ନାହିଁ ପ୍ରତିବନ୍ଧକ - ଶ୍ରୀଲଙ୍କା ସରକାର
ଗୋହତ୍ୟା ଓ ଅନ୍ୟ ପଶୁଙ୍କ ବଳି ଉପରେ ରୋକ ଲଗାଇଲେ ଶ୍ରୀଲଙ୍କା ସରକାର । ଯଦିଓ, ବିଫ୍ ଖାଇବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଅଧିକ ପଢନ୍ତୁ...
ଶ୍ରୀଲଙ୍କାରେ ଗୋ ହତ୍ୟା ଉପରେ ଲାଗିଲା ରୋକ୍, ବିଫ୍ ଖାଇବାରେ ନାହିଁ ପ୍ରତିବନ୍ଧକ
ଖବର ଅନୁଯାୟୀ, ଶାସକ ଦଳର କୌଣସି ସଦସ୍ୟ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ବିରୋଧ କରିନାହାଁନ୍ତି। ଯଦିଓ, ବିଫ୍ ଖାଇବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ସୂଚନାଯୋଗ୍ୟ, ସେପ୍ଟେମ୍ବର ୮ରେ ଶାସନ ଗାଦିରେ ଥିବା ଶ୍ରୀଲଙ୍କା ପୁଡୁଜନା ପେରାମୁନା ଏସଏଲପିପିର ସଂସଦୀୟ ସମୁହ ଦେଶରେ ଗୋହତ୍ୟା ଉପରେ ରୋକ୍ ଲଗାଇବା ପାଇଁ ପ୍ରସ୍ତାବ ଦେଇଥିଲା । ରାଷ୍ଟ୍ରପତି ମହେନ୍ଦା ରାଜପକ୍ଷେ ଏହି ପ୍ରସ୍ତାବକୁ ସ୍ବୀକାର କରିଥିଲେ ।
ଶ୍ରୀଲଙ୍କାରେ ପ୍ରାୟ 99% ଲୋକ ମାଂସ ଖାଉଛନ୍ତି, କିନ୍ତୁ ଅଧିକାଂଶ ହିନ୍ଦୁ ଏବଂ ବୌଦ୍ଧମାନେ ବିଫ୍ ବା ଗୋମାଂସ ଖାଆନ୍ତି ନାହିଁ ।