ଓଡିଶା

odisha

By

Published : Oct 5, 2020, 5:12 PM IST

ETV Bharat / bharat

ଡିସେମ୍ବର 4ରୁ ଲଣ୍ଡନକୁ ଉଡାଣ ଭରିବ ସ୍ପାଇସଜେଟ

ସ୍ପାଇସଜେଟ ଦେଶର ପ୍ରଥମ ବଜେଟ ଏୟାରଲାଇନ , ଯାହା ୟୁକେକୁ ଉଡାଣ ପରିଚାଳନା ଆରମ୍ଭ କରିବାକୁ ଯାଉଛି । ଅଧିକ ପଢନ୍ତୁ..

ଡିସେମ୍ବର 4ରୁ ଲଣ୍ଡନକୁ ଉଡାଣ ଭରିବ ସ୍ପାଇସଜେଟ
ଡିସେମ୍ବର 4ରୁ ଲଣ୍ଡନକୁ ଉଡାଣ ଭରିବ ସ୍ପାଇସଜେଟ

ନୂଆଦିଲ୍ଲୀ: ଦିଲ୍ଲୀ ଓ ମୁମ୍ବାଇରୁ ଲଣ୍ଡନକୁ ନନଷ୍ଟପ ଉଡାଣ ଭରିବ ଘରୋଇ ବିମାନ କମ୍ପାନୀ ସ୍ପାଇସଜେଟ । ସୋମବାର ଏ ନେଇ କମ୍ପାନୀ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି । ଏୟାରଲାଇନ କହିଛି କି ସ୍ପାଇସଜେଟ ଦେଶର ପ୍ରଥମ ବଜେଟ ଏୟାରଲାଇନ, ଯାହା ୟୁକେକୁ ଉଡାଣ ପରିଚାଳନା ଆରମ୍ଭ କରିବାକୁ ଯାଉଛି ।

ଦିଲ୍ଲୀ -ଲଣ୍ଡନ ଫ୍ଲାଇଟ ଓ ମୁମ୍ବାଇ-ଲଣ୍ଡନ ଫ୍ଲାଇନ ବ୍ରିଟେନ ସହ ହୋଇଥିବା ଏୟାର ବବଲ ଅନୁଯାୟୀ ପରିଚାଳନା କରିବ । ଏହି ଉଡାଣ ପାଇଁ ସ୍ପାଇସଜେଟ ଏୟାରବସ A330-900ନିୟୋ ବିମାନର ବ୍ୟବହାର କରିବ । 371 ସିଟ ଥିବା ଟ୍ବିନ ଆଇଜଲ A330ରେ 355 ଇକୋନୋମୀ ଓ 18 ବିଜନେସ କ୍ଲାସ ସିଟ ରହିଛି ।

ସ୍ପାଇସଜେଟ କହିଛି କି ଭାରତରୁ ଲଣ୍ଡନର ହିଥ୍ରୋ ବିମାନବନ୍ଦରୁ ଉଡାଣ ଭରାଯିବ । ଏ ନେଇ କମ୍ପାନୀର ଚେୟାରମ୍ୟାନ ଓ ପରିଚାଳନା ନିର୍ଦ୍ଦେଶକ ଅଜୟ ସିଂହ କହିଛନ୍ତି କି ଦୀଲ୍ଲି-ଲଣ୍ଡନ ରିଟର୍ଣ୍ଣ ଉଡାଣ ସପ୍ତାହରେ 2 ଥର ପରିଚାଳିତ ହେବ । ଯେତେବେଳେ କି ମୁମ୍ବାଇ-ଲଣ୍ଡନ ଉଡାଣ ସପ୍ତାହରେ ଥରେ ମାତ୍ର ସଞ୍ଚାଳିକ ହେବ । ଏଥିସହ ଶୀଘ୍ର ଏୟାରଲାଇନ ଭାରତରୁ ଅଧିକ ଦୂର ଗନ୍ତବ୍ୟସ୍ଥଳକୁ ଉଡାଣ ଭରିବା ନେଇ ଘୋଷଣା କରିବ ବୋଲି ସିଂହ କହିଛନ୍ତି ।

ପ୍ରକାଶ ଯେ, ଭାରତରେ କୋରୋନା ମହାମାରୀ ଯୋଗୁଁ ମାର୍ଚ୍ଚ 23ରୁ ଅନୁସୂଚିତ ଅନ୍ତରାଷ୍ଟ୍ରୀୟ ଯାତ୍ରୀ ସେବା ବନ୍ଦ ରହିଛି ।

ABOUT THE AUTHOR

...view details