ଓଡିଶା

odisha

ETV Bharat / bharat

ସ୍ପାଇସ୍‌ଜେଟ୍‌ର 85ଟି ନୂଆ ଉଡାଣରେ ଓଡିଶାକୁ ରହିଛି 3ଟି ଉଡାଣ ସେବା - ଝାରସୁଗୁଡା

ସ୍ପାଇସ୍‌ଜେଟ୍‌ ଆଣିଛି 85ଟି ନୂଆ ଉଡାଣ ସେବା । ଏହି 85ଟି ନୂଆ ଉଡାଣରେ 16ଟି ନୂଆଦିଲ୍ଲୀରୁ ,54ଟି ମୁମ୍ବାଇରୁ ଓ 8ଟି ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ହେବ । ଏଥିରେ ଝାରସୁଗୁଡା ବିମାନବନ୍ଦରରୁ ଦିଲ୍ଲୀ, କୋଲକତା,ହାଇଦ୍ରାବାଦ୍‌କୁ ଉଡାଣ ସେବା ମଧ୍ୟ ରହିଛି ।

ପ୍ରତିକାତ୍ମକ ଫଟୋ

By

Published : May 20, 2019, 11:50 PM IST

ହାଇଦ୍ରାବାଦ୍‌: ଗ୍ରୀଷ୍ମ ଅବକାଶ ସମୟରେ ସ୍ପାଇସ୍‌ଜେଟ୍‌ ଆଣିଛି 85ଟି ନୂଆ ଉଡାଣ ସେବା । ଫଳରେ ଘରେଇ ବିମାନ ଯାତ୍ରୀଙ୍କୁ ଲାଭ ମିଳିବ । ଏହି ନୂଆ ଉଡାଣ ଦ୍ବାରା ଦିଲ୍ଲୀ-ମୁମ୍ବାଇ ପରି ମେଟ୍ରୋ ସିଟି ସହ ଛୋଟ ଛୋଟ ସହର ଯୋଡି ହୋଇ ଯାଇଛି । ତେବେ ଏହି ସେବା 11 ମେ' ରୁ ଆରମ୍ଭ ହୋଇ ଯାଇଛି ।

ସେହିପରି ଓଡିଶାର ଝାରସୁଗୁଡା ବିମାନବନ୍ଦରରୁ ଦିଲ୍ଲୀ, କୋଲକତା,ହାଇଦ୍ରାବାଦ୍‌କୁ ଉଡାଣ ସେବା ଆରମ୍ଭ ହୋଇଯାଇଛି ।

ସୂଚନାଥାଉକି, ଏହି 85ଟି ନୂଆ ଉଡାଣରେ 16ଟି ନୂଆଦିଲ୍ଲୀରୁ, 54ଟି ମୁମ୍ବାଇରୁ ଓ 8ଟି ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ହେବ । ଏହି ଉଡାଣମାନଙ୍କରେ ବିଜନେସ୍‌ କ୍ଲାସ ମଧ୍ୟ ସାମିଲ ଅଛି ।

ତେବେ ନୂଆ ଉଡାଣ ହୋଇଥିବା ରୁଟ୍‌ ଗୁଡିକ ମଧ୍ୟରେ ଦିଲ୍ଲୀ-ପାଟନା-ଦିଲ୍ଲୀ, ଦିଲ୍ଲୀ-ମୁମ୍ବାଇ-ଦିଲ୍ଲୀ, ଦିଲ୍ଲୀ- ବେଙ୍ଗାଲୁରୁ-ଦିଲ୍ଲୀ, ମୁମ୍ବାଇ-କୋଲକତା-ମୁମ୍ବାଇ, ହାଇଦ୍ରାବାଦ-ମୁମ୍ବାଇ-ହାଇଦ୍ରାବାଦ, ମୁମ୍ବାଇ-ଜୟପୁର-ମୁମ୍ବାଇ, ମୁମ୍ବାଇ-ଗୁଆହାଟୀ-ମୁମ୍ବାଇ, ଦିଲ୍ଲୀ-ହାଇଦ୍ରାବାଦ-ଦିଲ୍ଲୀ,କୋଲକତା-ଚେନ୍ନାଇ-କୋଲକତା,ମୁମ୍ବାଇ-ଚେନ୍ନାଇ-ମୁମ୍ବାଇ,ମୁମ୍ବାଇ-ବାରଣାସୀ-ମୁମ୍ବାଇ, ମୁମ୍ବାଇ-କୋଏମ୍ବଟୁର-ମୁମ୍ବାଇ,ଦିଲ୍ଲୀ-ବାଗଡୋଗରା-ଦିଲ୍ଲୀ,ଦିଲ୍ଲୀ-ଜମ୍ମୁ-ଦିଲ୍ଲୀ,ଦିଲ୍ଲୀ-କୋଲତକା-ଦିଲ୍ଲୀ,ମୁମ୍ବାଇ-କୋଚି-ମୁମ୍ବାଇ, ମୁମ୍ବାଇ-ଡେରାଡୁନ-ମୁମ୍ବାଇ, ମୁମ୍ବାଇ-ଦୁର୍ଗାପୁର-ମୁମ୍ବାଇ, ମୁମ୍ବାଇ-ଗୋରଖପୁର-ମୁମ୍ବାଇ, କୋଲକତା-ପୋର୍ଟବ୍ଲେୟର-କୋଲକତା,ଜମ୍ମୁ-ଶ୍ରୀନଗର-ଜମ୍ମୁ,କୋଲକତା-ପୁଣେ-କୋଲକତା
ଏହା ବ୍ୟତୀତ ମଲ୍ଟି ରୁଟ୍‌ରେ ମୁମ୍ବାଇରୁ ମଦୁରୈ,ଡେରାଡୁନ,ଶ୍ରୀନଗର ଦେଇ ଜମ୍ମୁ,ମଙ୍ଗଲୁର,କୋଏମ୍ବଟୁର,ଜୟପୁର,ଅମୃତସର,ଗୁଆହାଟୀ, ଚେନ୍ନାଇ,ପାଟନା,କୋଲକତା ଓ ହାଇଦ୍ରାବାଦ୍‌କୁ ବିମାନ ସେବା ମିଳିବ ।

ABOUT THE AUTHOR

...view details