ନୂଆଦିଲ୍ଲୀ: କୋରୋନା ପାଇଁ ବିଶ୍ବର ସର୍ବବୃହତ ରେଳ ନେଟୱାର୍କ ପ୍ରଭାବିତ । ଦେଶରେ ରେଳ ଚଳାଚଳକୁ ବନ୍ଦ ରଖାଯାଇଛି । ମାତ୍ର ଲକଡାଉନ ସମୟରେ ଯାତ୍ରୀବାହୀ ଟ୍ରେନ୍ ଗୁଡିକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ନିଯୋଗ କରି ରେଳ କିଛି ପରିମାଣରେ ରୋଜଗାର କରୁଛି । ଫଳସ୍ବରୁପ ସ୍ବତନ୍ତ୍ର ପାର୍ସଲ୍ ଟ୍ରେନ୍ ଚଳାଚଳରେ 20,400 ଟନ୍ ପରିବହନ କରି 21 ଦିନିଆ ଲକଡାଉନ୍ ସମୟରେ 7.54 କୋଟି ଟଙ୍କା ରୋଜଗାର କରିଛି ରେଳ ବିଭାଗ ।
ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଇ-ବାଣିଜ୍ୟ ସଂସ୍ଥା ତଥା ରାଜ୍ୟ ସରକାରଙ୍କ ସମେତ ଅନ୍ୟ ଗ୍ରାହକଙ୍କ ଦ୍ବାରା ବହୁ ପରିବହନ ପାଇଁ ସ୍ବତନ୍ତ୍ର ପାର୍ସଲ ଭ୍ୟାନ ଉପଲବ୍ଧ କରାଯାଇଛି।