ଚଣ୍ଡିଗଡ: କୋରୋନା ଲକଡାଉନ ପାଇଁ ଜଳନ୍ଧରର ଲଭଲି ପ୍ରଫେସନାଲ ୟୁନିଭରସିଟି ହଷ୍ଟେଲରେ ଫସି ରହିଥିବା 134 ଜଣ ଭୂଟାନ ଛାତ୍ର ନିଜ ଦେଶକୁ ଫେରିଛନ୍ତି । ଭୁଟାନ ସରକାରଙ୍କ ଦ୍ବାରା ପଠାଯାଇଥିବା ଏକ ସ୍ବତନ୍ତ୍ର ବିମାନରେ ସେମାନ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏନେଇ ପଞ୍ଜାବ ସ୍ବତନ୍ତ୍ର ମୁଖ୍ୟ ସଚିବ କେବିଏସ ସିଦ୍ଧୁ ପ୍ରକାଶ କରିଛନ୍ତି ।
ପଞ୍ଜାବ ସ୍ବତନ୍ତ୍ର ମୁଖ୍ୟ ସଚିବ କେବିଏସ ସିଦ୍ଧୁ ଟ୍ବିଟରରେ ଲେଖିଛନ୍ତି, ‘ଲଭଲି ପ୍ରଫେସନାଲ ୟୁନିଭରସିଟିର ଫାଗୱାରା-ଜଲନ୍ଧର ହଷ୍ଟେଲରେ ଫସି ରହିଥିବା 134 ଜଣ ଭୁଟାନ ଛାତ୍ରଙ୍କୁ ଭୂଟାନ ସରକାରଙ୍କ ଦ୍ବାରା ପଠାଯାଇଥିବା ଏକ ସ୍ବତନ୍ତ୍ର ବିମାନରେ ଭୁଟାନ ଯିବାକୁ ଅନୁମତି ଦିଆଯାଇଛି । ’ଗତ ସପ୍ତାହରେ, କୋରୋନା ଭାଇରସ ଲକଡାଉନ କାରଣରୁ ଭାରତରେ ଫସି ରହିଥିବା ଭୁଟାନ ନାଗରିକଙ୍କୁ ସ୍ଥାନାନ୍ତର କରିବାରେ ସହଯୋଗ କରିଥିବାରୁ ଭୁଟାନ ସରକାର ଭାରତକୁ ଧନ୍ୟବାଦ ଜଣାଇଛନ୍ତି ।