ଲକ୍ଷ୍ନୌ: ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସମେତ ତାଙ୍କ ପତ୍ନୀ ତଞ୍ଜୀନ ଫାତିମା ଓ ପୁଅ ଅବଦୁଲ୍ଲା ଆଜମଙ୍କୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନ୍ୟାୟିକ ହେପାଜତରେ ପଠାଇ ଦିଆଯାଇଛି । ଆଜମଙ୍କ ବିରୁଦ୍ଧରେ କୋର୍ଟ ଜାମିନ ବିହୀନ ଗିରଫ ଓ୍ବାରେଣ୍ଟ ଜାରି କରିଥିଲେ । ନକଲି ସାର୍ଟିଫିକେଟ ମାମଲାରେ ଏଡିଜେ କୋର୍ଟ ଏହି ଆଦେଶ ଜାରି କରିଥିଲେ । ମାମଲାର ପରବର୍ତ୍ତି ଶୁଣାଣି 2 ମାର୍ଚ୍ଚରେ ହାବାକୁ ଥିବା ବେଳେ ସେତେ ଯାଏଁ ଆଜମ ଓ ତାଙ୍କ ପରିବାରକୁ ଜେଲରେ ରହିବାକୁ ପଡିବ ।
ପତ୍ନୀ-ପୁଅଙ୍କ ସହ ଜେଲ ଗଲେ ଆଜମ ଖାନ
ନକଲି ସାର୍ଟିଫିକେଟ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସମେତ ତାଙ୍କ ପତ୍ନୀ ତଞ୍ଜୀନ ଫାତିମା ଓ ପୁଅ ଅବଦୁଲ୍ଲା ଆଜମଙ୍କୁ ଜେଲ । ଅଧିକ ପଢନ୍ତୁ...
ସ୍ତ୍ରୀ-ପୁଅଙ୍କ ସହ ଜେଲ ଗଲେ ଆଜମ ଖାନ
ବୁଧବାର ଆଜମଙ୍କ ସହ ତାଙ୍କ ସ୍ତ୍ରୀ ଓ ପୁଅ ଅଦାଲତ ଆଗରେ ଆତ୍ମସମର୍ପଣ କରିଥିଲେ । ଆଜମଙ୍କ ବିରୁଦ୍ଧରେ ଏହି ମାମଲା ଗତ ବର୍ଷ ବିଜେପି ନେତା ଆକାଶ ସକ୍ସେନା ଦାଖଲ କରିଥିଲେ । ମାମଲା ଆଧାରରେ ଆଜମ ନିଜ ପୁଅ ଅବବଦୁଲ୍ଲାଙ୍କର 2ଟି ଜନ୍ମ ପ୍ରମାଣପତ୍ର ତିଆରି କରିଥିବା ଅଭିଯୋଗ ରହିଛି । ଅନ୍ୟପକ୍ଷେ ସପା ସାଂସଦ ଆଜମଙ୍କ ବିରୁଦ୍ଧରେ ମୋଟ 88ଟି ମାମଲା ରୁଜୁ ହୋଇଛି ।
@ANI