ଓଡିଶା

odisha

ETV Bharat / bharat

ଦିଲ୍ଲୀ ଦଙ୍ଗା ମାମଲା: ଖୁଲାସା କଲା ସ୍ପେଶାଲ ସେଲ

ଦିଲ୍ଲୀ ଦଙ୍ଗା ମାମଲାର ଯାଞ୍ଚ କରୁଥିବା ସ୍ପେଶାଲ ସେଲ ଏକ ବଡ଼ ଖୁଲାସା କରିଛି। ସ୍ପେଶାଲ ସେଲକୁ ଦିଲ୍ଲୀ ଦଙ୍ଗାରେ ବିଦେଶୀ ଫଣ୍ଡିଙ୍ଗ ହୋଇଥିବା ସୂଚନା ମିଳିଛି ।

delhi violence
ଦିଲ୍ଲୀ ଦଙ୍ଗା ମାମଲାରେ ବଡ ଖୁଲାସା କଲା ସ୍ପେଶାଲ ସେଲ

By

Published : Jul 4, 2020, 7:28 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାର ଯାଞ୍ଚ କରୁଥିବା ସ୍ପେଶାଲ ସେଲ ଏକ ବଡ଼ ଖୁଲାସା କରିଛି। ସ୍ପେଶାଲ ସେଲକୁ ଦିଲ୍ଲୀ ଦଙ୍ଗାରେ ବିଦେଶୀ ଫଣ୍ଡିଙ୍ଗ ହୋଇଥିବା ସୂଚନା ମିଳିଛି ।

ସ୍ପେଶାଲ ସେଲ୍ ଅନୁଯାୟୀ, ଦିଲ୍ଲୀ ଦଙ୍ଗାର ଜଣେ ଅଭିଯୁକ୍ତ ମାଲେସିଆ ଯାଇ ଜାକିର ନାୟକଙ୍କୁ ଭେଟିଥିଲେ। ଏନେଇ ସ୍ପେଶାଲ ସେଲ କୋର୍ଟରେ ଦାଖଲ କରିଥିବା ଷ୍ଟାଟସ୍ ରିପୋର୍ଟରେ କହିଛନ୍ତି। ସୂଚନା ଅନୁଯାୟୀ, ଗତ ଫେବୃଆରୀ ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗା ଘଟଣାର କ୍ରାଇମ ବ୍ରାଞ୍ଚ ମଧ୍ୟ ଅନୁସନ୍ଧାନ କରୁଛି । ଏପଟେ ଦଙ୍ଗାର ଷଡଯନ୍ତ୍ର ସମ୍ପର୍କରେ ସ୍ପେଶାଲ ସେଲ ଏକ ଅଲଗା ଏଫଆଇଆର ଦାଖଲ କରିଛି। ଏହି ଯାଞ୍ଚରେ ସମାନ ଏହା ଖୁଲାସା ହୋଇଛି।

ପ୍ରକାଶ ଥାଉକି, ଗତ ମାସରେ ଦଙ୍ଗା ମାମଲାର ମାଷ୍ଟର ମାଇଣ୍ଡ ଖାଲିଦ ଶୈଫୀକୁ ସ୍ପେଶାଲ ସେଲ ଗିରଫ କରିଥିଲା । ଯେଉଁଠାରେ ତା ପାସପୋର୍ଟ ଜବତ ହୋଇଥିଲା । ପାସପୋର୍ଟ ଡିଟେଲରୁ ଜଣାପଡିଥିଲା ଯେ, ଖାଲିଦ ଭାରତରୁ ଫେରାର ଜାକିର ନାଇକକୁ ଭେଟିଥିଲେ । ଇଏ ସେହି ଖାଲିଦ୍ ଶୈଫି ଥିଲେ ଯାହାକୁ ଦଙ୍ଗା ପୂର୍ବରୁ ଶାହିନବାଗରେ ତାହିର ହ୍ୟୁସେନ ଏବଂ ଜେନଏନୟୁର ପୂର୍ବ ଛାତ୍ର ଉମର ଖାଲିଦ ସହ ଶାହିନବାଗରେ ମିଟିଙ୍ଗ କରିଥିଲେ । ଯେଉଁଠୁ ଦଙ୍ଗାର ଯୋଜନା ହୋଇଥିଲା । ଏହି ଦଙ୍ଗା ପାଇଁ ଅର୍ଥ ପ୍ରଦାନ କରାଯାଇଥିଲା।

ସ୍ପେଶାଲ ସେଲ୍ ଅନୁଯାୟୀ, ସିଏଏ ବିରୋଧ ପ୍ରଦର୍ଶନରେ ଉସୁକାଉଥିବା ଭାଷଣ ଦେଇ ଏବଂ ଦଙ୍ଗା ଅଭିଯୋଗରେ ଗିରଫ ହୋଇଥିବା ଇଶରତ ଜାହାଁଙ୍କୁ ମଧ୍ୟ ଅର୍ଥ ମିଳିଥିଲା। ଏହି ପାଣ୍ଠି ଗାଜିଆବାଦ ଏବଂ ମହାରାଷ୍ଟ୍ରର କିଛି ସମ୍ପର୍କୀୟଙ୍କଠାରୁ ତାଙ୍କୁ ମିଳିଥିଲା । ଯେଉଁମାନେ ପାଣ୍ଠି ଦେଇଥିଲେ ସେମାନଙ୍କୁ ପଚରାଉଚରା କରାଯିବାର ଥିଲା । କିନ୍ତୁ କୋରୋନା କାରଣରୁ ସେମାନଙ୍କୁ ଏପର୍ଯ୍ୟନ୍ତ ପଚରାଉଚରା କରାଯାଇ ନାହିଁ।

ABOUT THE AUTHOR

...view details