ଓଡିଶା

odisha

ETV Bharat / bharat

ଲୋକସଭା: ହଙ୍ଗାମାର ତଦନ୍ତ ପାଇଁ କମିଟି ଗଠନ

ଲୋକସଭାରେ ହୋଇଥିବା ହଙ୍ଗାମାର ତଦନ୍ତ ପାଇଁ ବାଚସ୍ପତି ଏକ କମିଟି ଗଠନ କରିଛନ୍ତି । ଏହି କମିଟି ମାର୍ଚ୍ଚ 2ରୁ 5 ମଧ୍ୟରେ ସଦନରେ ଘଟିଥିବା ଘଟଣା ସମ୍ପର୍କରେ ଯାଞ୍ଚ କରିବେ ଏବଂ ଏହାର ରିପୋର୍ଟ ସଂସଦରେ ଉପସ୍ଥାପନା କରିବେ । ଅଧିକ ପଢନ୍ତୁ...

loksabha
ଲୋକସଭା

By

Published : Mar 6, 2020, 1:37 PM IST

ନୂଆଦିଲ୍ଲୀ: ଲୋକସଭାରେ ଦିଲ୍ଲୀ ହିଂସାକୁ ନେଇ ଲଗାତାର ପଞ୍ଚମ ଦିନ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି ବିରୋଧୀ ଦଳ କଂଗ୍ରେସ । ଏହା ସହିତ କଂଗ୍ରେସର 7 ସାଂସଦଙ୍କ ନିଲମ୍ବନକୁ ନେଇ ପ୍ରଶ୍ନ ଉଠାଇଛି ଦଳ । ଏନେଇ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଆମେ ବାଚସ୍ପତିଙ୍କ ସମ୍ମାନ କରୁଛୁ । ଆମର 7ଜଣ ସାଂସଙ୍କୁ ବଜେଟ ଅଧିବେଶନରୁ ନିଲମ୍ବିତ କରାଗଲା । ଆମେ କେବଳ ଦିଲ୍ଲୀ ହିଂସାକୁ ନେଇ ଚର୍ଚ୍ଚା କରିବାକୁ ଚାହୁଁଥିଲୁ । କିନ୍ତୁ 7 ସାଂସଦଙ୍କୁ ଏକାସାଥିରେ କେଉଁ ଆଧାରରେ ନିଲମ୍ବିତ କରାଗଲା ତାହା ଆମେ ଏବେ ସୁଦ୍ଧା ଜାଣିପାରିଲୁ ନାହିଁ ବୋଲି ସେ କହିଛନ୍ତି ।

ସେପଟେ ଅଧୀର ରଞ୍ଜନଙ୍କ ପ୍ରଶ୍ନର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସେ କହିଛନ୍ତି, ସରକାର ବିରୋଧୀଙ୍କୁ ସଂସଦରୁ ବାହାରେ ରଖିବାକୁ ଚାହୁଁନାହାନ୍ତି । କିନ୍ତୁ ଗତକାଲି ଯାହା ହୋଇଥିଲା ତାହା ଭାରତର 70 ବର୍ଷର ଇତିହାସରେ ପୂର୍ବରୁ କେବେ ହୋଇନଥିଲା ।

ତେବେ ଲୋକସଭାରେ ହୋଇଥିବା ହଙ୍ଗାମାର ତଦନ୍ତ ପାଇଁ ବାଚସ୍ପତି ଏକ କମିଟି ଗଠନ କରିଛନ୍ତି । ଏହି କମିଟି ମାର୍ଚ୍ଚ 2ରୁ 5 ମଧ୍ୟରେ ସଦନରେ ଘଟିଥିବା ଘଟଣା ସମ୍ପର୍କରେ ଯାଞ୍ଚ କରିବେ ଏବଂ ଏହାର ରିପୋର୍ଟ ସଂସଦରେ ଉପସ୍ଥାପନା କରିବେ । ଖୋଦ ବାଚସ୍ପତି ଏହି କମିଟିର ଅଧ୍ୟକ୍ଷ ହେବେ ।

ସେପଟେ ବିରୋଧୀ ସାଂସଦଙ୍କ ହଟ୍ଟଗୋଳ ମଧ୍ୟରେ ବୁଧବାର ଦିନ 11ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ସୂଚନାଯୋଗ୍ୟ ଯେ,ସାଂସଦଙ୍କ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଗୁରୁବାର କଂଗ୍ରେସର 7ଜଣ ସାଂସଦଙ୍କୁ ବଜେଟ ଅଧିବେଶନରୁ ନିଲମ୍ବିତ କରିଥିଲେ ବାଚସ୍ପତି ଓମ୍‌ ବିର୍ଲା ।

@ANI

ABOUT THE AUTHOR

...view details