ପୁଷ୍କର: ଚଳିତବର୍ଷ ପୁଷ୍କର ହୋଲିର ମଜା ଉଠେଇବାକୁ ସ୍ପେନର ଏକ ଗ୍ରୁପ ରାଜସ୍ଥାନ ଆସିଛନ୍ତି। ସେମାନଙ୍କ ବେଶଭୁଷାରୁ ବିଦେଶୀ ନା ଦେଶୀ ଜଣା ପଡୁନାହାନ୍ତି। ବିଦେଶୀ ଯୁବକମାନେ ରାଜସ୍ଥାନ ପଗଡି ବାନ୍ଧୀ ଥିବାବେଳେ ସ୍ପେନର ମହିଳାମାନେ ରାଜସ୍ଥାନୀ ଶାଢି ପିନ୍ଧି ରଙ୍ଗବିରେଙ୍ଗ ଅବିରରେ ହୋଲି ଖେଳିଛନ୍ତି। ସମସ୍ତ ବିଦେଶୀଙ୍କ ଉପରେ ହୋଲିର ରଙ୍ଗ ଏପରି ଚଢିଥିଲା ଯେ, ହୋଲିଲେ ମତୁଆଲ ହୋଇ ପଡିଥିଲେ। ତେବେ ହୋଲି ଖେଳିବା ପରେ ସମସ୍ତେ କେକେ ଖୁଆଇ ପରସ୍ପରକୁ ହୋଲି ଅଭିନନ୍ଦନ ଜଣାଇଥିଲେ।
ବିଦେଶୀଙ୍କୁ ପ୍ରିୟ ପୁଷ୍କର ହୋଲି - ହୋଲି
କେବଳ ଭାରତୀୟଙ୍କୁ ଯେ ହୋଲି ପସନ୍ଦ ତାହା ନୁହେଁ ଅନେକ ବିଦେଶୀ ଅଛନ୍ତି ଯେଉଁମାନେ ଖାସ ହୋଲି ଖେଳିବାକୁ ଭାରତକୁ ଆସିଥାନ୍ତି। ଏପରି ଏକ ସ୍ଥାନ ହେଉଛି ପୁଷ୍କର। ଯାହା 'କପଡା ଫଡା ' ହୋଲି ନାଁରେ ବିଶ୍ବ ପ୍ରସିଦ୍ଧ। ତେବେ ଚଳିତବର୍ଷ ଠାରୁ ଜିଲ୍ଲା ପ୍ରଶାସନ ଏହାର ନାଁ 'ରସରଙ୍ଗ ହୋଲି' ନାଁରେ ନାମିତ କରିଛନ୍ତି ।
ଡିଜାଇନ ଫଟୋ
ସୂଚନାଥାଉକି, 'କପଡା ଫଡା' ହୋଲି ନାଁରେ ପୁଷ୍କର ସାରା ବିଶ୍ବ ପ୍ରସିଦ୍ଧ। ତେବେ ଚଳିତବର୍ଷ ଜିଲ୍ଲା ପ୍ରଶାସନ ଏହି ଉତ୍ସବର ନାଁ 'ରସରଙ୍ଗ' ହୋଲି ମହୋତ୍ସବ ନାଁରେ ନାମିତ କରିଛନ୍ତି। ଏହି ନାଁ ପରିବର୍ତ୍ତନ ବିଦେଶୀ ପର୍ଯ୍ୟଟକଙ୍କ ଉପରେ କୌଣସି ପ୍ରଭାବ ପଡି ନାହିଁ। ସବୁବର୍ଷ ପରି ଏହି ବର୍ଷ ମଧ୍ୟ ବିଦେଶୀ ପର୍ଯ୍ୟଟକଙ୍କ ପୁଷ୍କରକୁ ସୁଅ ଛୁଟିଛି।