ଓଡିଶା

odisha

ETV Bharat / bharat

'ଏସ୍‌ପି-ବିଏସ୍‌ପି ମେଣ୍ଟ ନିର୍ଣ୍ଣୟ କରିବ କିଏ ହେବ ପ୍ରଧାନମନ୍ତ୍ରୀ'

କେନ୍ଦ୍ରରେ ସରକାର କିଏ ଗଢିବ ସେ ନେଇ ଅଖିଳେଶ କହିଛନ୍ତି ଯେ ଏସ୍‌ପି- ବିଏସ୍‌ପି ମେଣ୍ଟ  ନିର୍ଦ୍ଧାରଣ କରିବ କିଏ ହେବ ଦେଶର ନୂଆ ପ୍ରଧାନମନ୍ତ୍ରୀ ?

By

Published : May 5, 2019, 5:23 PM IST

ଫାଇଲ ଫଟୋ

ଲକ୍ଷ୍ନୌ: ସପ୍ତଦଶ ଲୋକସଭା ନିର୍ବାଚନର ପଞ୍ଚମ ଚରଣରେ ମେ' 6ରେ ଭୋଟ ଗ୍ରହଣ ହେବ । ମୋଦି ସରକାରଙ୍କୁ ପରାଜୟ କରିବା ପାଇଁ ଦେଶରେ ଗଠନ ହୋଇଥିବା ମହାମେଣ୍ଟ ଉପରେ ବାରମ୍ବାର ପ୍ରଶ୍ନ ଉଠୁଛି, କିଏ ହେବ ପ୍ରଧାନମନ୍ତ୍ରୀ ? ମହାମେଣ୍ଟ ମ୍ୟାଜିକ୍‌ ନମ୍ବର ହାସଲ କଲେ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବ ସେ ପ୍ରଶ୍ନର ଉତ୍ତର ମିଳୁ ନଥିଲା ବେଳେ ଏସ୍‌ପି ସୁପ୍ରିମୋ ଅଖିଳେଶ ଯାଦବ ମୁହଁ ଖୋଲିଛନ୍ତି । କେନ୍ଦ୍ରରେ ସରକାର କିଏ ଗଢିବ ସେ ନେଇ ଅଖିଳେଶ କହିଛନ୍ତି ଯେ ଏସ୍‌ପି- ବିଏସ୍‌ପି ମେଣ୍ଟ ନିର୍ଦ୍ଧାରଣ କରିବ କିଏ ହେବ ଦେଶର ନୂଆ ପ୍ରଧାନମନ୍ତ୍ରୀ ।

ସମାଜବାଦୀ ପାର୍ଟି(ଏସ୍‌ପି) ସୁପ୍ରିମୋ ଅଖିଳେଶ ଯାଦବ ବିଜେପି କର୍ମକର୍ତ୍ତାଙ୍କୁ ବ୍ୟଙ୍ଗ କରିବା ସହ କହିଛନ୍ତି ଯେ ଯେ ଏସ୍‌ପି- ବିଏସ୍‌ପି ମେଣ୍ଟ ହିଁ ଦେଶର ନୂଆ ପ୍ରଧାନମନ୍ତ୍ରୀ କିଏ ହେବ ତାହାର ନିଷ୍ପତି ନେବାକୁ ଯାଉଛି ।

ମୋଦିଙ୍କୁ ୧୮୦ ଡିଗ୍ରୀ ପ୍ରଧାନମନ୍ତ୍ରୀ କହି ସମାଲୋଚନା କରିଛନ୍ତି ଅଖିଳେଶ । ମୋଦି ଯାହା କୁହନ୍ତି ତାର ଏକଦମ୍‌ ବିପରୀତ କାମ କରନ୍ତି ବୋଲି ସେ କହିଛନ୍ତି । ମୋଦି ସମଗ୍ର ଦେଶର ନୁହଁନ୍ତି କେବଳ 1ପ୍ରତିଶତ ଦେଶବାସୀଙ୍କ ପ୍ରଧାନମନ୍ତ୍ରୀ ବୋଲି ସେ କହି ମୋଦିଙ୍କୁ କଟାକ୍ଷ କରିଛନ୍ତି ।

ମୋଦି ଦେଶ ସିବିଆଇ, ଇଡି, ଆଇଟି, ହାତବାରିଶି କରି ନିଜ ରାଜନୈତିକ ଉଦ୍ଦେଶ୍ୟ ରଖି ବ୍ୟବହାର କରୁଥିବା କଥା କହିଛନ୍ତି ଅଖିଳେଶ । ଦେଶରେ ଚଳିତ ନିର୍ବାଚନରେ ବିଜେପିର ପତ୍ତା ସାଫ୍‌ ହେବା କଥା କହିଛନ୍ତି ଅଖିଳେଶ ।

ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ଟି ଲୋକସଭା ଆସନ ସୋମବାର ଦିନ ଭୋଟ୍‌ ଗ୍ରହଣ ହେବ । ଏଥିରେ ଉତ୍ତର ପ୍ରଦେଶର ୧୪ଟି ଲୋକସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ କରାଯିବ ।

For All Latest Updates

ABOUT THE AUTHOR

...view details