ଓଡିଶା

odisha

ETV Bharat / bharat

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ

ଭୋଟ ଗଣତିର ଟ୍ରେଣ୍ଡକୁ ଦେଖି ରଜନୀକାନ୍ତ ନରେନ୍ଦ୍ର ମୋଦିଙ୍କୁ ଆଗୁଆ ଟ୍ବିଟରରେ ଅଭିନନ୍ଦନ ଜଣାଇଛନ୍ତି ।

By

Published : May 23, 2019, 4:40 PM IST

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@ ଟ୍ବିଟର

ନୂଆଦିଲ୍ଲୀ: ମୋଦିଙ୍କୁ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଶୁଭେଚ୍ଛା । ଏବେ ଭୋଟ ଗଣତିର ଟ୍ରେଣ୍ଡକୁ ଦେଖି ରଜନୀକାନ୍ତ ନରେନ୍ଦ୍ର ମୋଦିଙ୍କୁ ଆଗୁଆ ଟ୍ବିଟରରେ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ବିଟ କରି ମୋଦିଙ୍କୁ ପ୍ରଶଂସା କରିବା ସହ ଈଶ୍ବରଙ୍କ ଆଶ୍ରୀର୍ବାଦ ମୋଦିଙ୍କ ଉପରେ ରହିଛି ବୋଲି କହିଛନ୍ତି ।

2019 ଲୋକସଭା ନିର୍ବାଚନର ଫଳାଫଳ ଗଣତି ଚାଲିଛି । ଆଉ ଗଣତିର ଟ୍ରେଣ୍ଡ ଅନୁସାରେ ଏନଡିଏ ଆଗରେ ରହିଛି । କିନ୍ତୁ ଫାଇନାଲ ଫଳାଫଳ ବାହାରିବା ପୂର୍ବରୁ ମୋଦିଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛା ଛୁଟିଛି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ, ଚୀନ ରାଷ୍ଟ୍ରପତି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ପ୍ରମୁଖ ଆଗୁଆ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ABOUT THE AUTHOR

...view details