ଓଡିଶା

odisha

ETV Bharat / bharat

'ଇଟିଭି ଭାରତ'କୁ ବେଷ୍ଟ ଡିଜିଟାଲ ନ୍ୟୁଜ ଷ୍ଟାର୍ଟଅପ ସମ୍ମାନ - ବେଷ୍ଟ ଡିଜିଟାଲ ନ୍ୟୁଜ ଷ୍ଟାର୍ଟଅପ ସମ୍ମାନ

ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଡିଜିଟାଲ ମିଡିଆ ସମ୍ମିଳନୀ 2020ରେ 'ଇଟିଭି ଭାରତ' କୁ ବେଷ୍ଟ ଡିଜିଟାଲ ନ୍ୟୁଜ ଷ୍ଟାର୍ଟଅପ କ୍ଷେତ୍ରରେ ସମ୍ନାନିତ କରାଯାଇଛି ।

'ଇଟିଭି ଭାରତ'କୁ ବେଷ୍ଟ ଡିଜିଟାଲ ନ୍ୟୁଜ ଷ୍ଟାର୍ଟଅପ ସମ୍ମାନ
'ଇଟିଭି ଭାରତ'କୁ ବେଷ୍ଟ ଡିଜିଟାଲ ନ୍ୟୁଜ ଷ୍ଟାର୍ଟଅପ ସମ୍ମାନ

By

Published : Feb 18, 2020, 6:42 PM IST

ହାଇଦ୍ରାବାଦ: ଡିଜିଟାଲ ମିଡିଆରେ ସଫଳତାର ଆଉ ଦୁଇ ପାଦ ଆଗକୁ ବଢିଛି 'ଇଟିଭି ଭାରତ' । ଆଜିର ଏହି ଡିଜିଟାଲ ଯୁଗରେ ଖବର ପ୍ରସାରଣ ଏକ ନୂତନ ମାଧ୍ୟମ ଆପଣେଇଥିବା 'ଇଟିଭି ଭାରତ' ବିଶ୍ବ ସ୍ତରରେ ନିଜର ନାଁ ବଜାୟ ରଖିଛି । ସେହିପରି ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଡିଜିଟାଲ ମିଡିଆ ସମ୍ମିଳନୀ 2020ରେ 'ଇଟିଭି ଭାରତ' କୁ ବେଷ୍ଟ ଡିଜିଟାଲ ନ୍ୟୁଜ ଷ୍ଟାର୍ଟଅପ କ୍ଷେତ୍ରରେ ସମ୍ନାନିତ କରାଯାଇଛି ।

'ଇଟିଭି ଭାରତ'କୁ ବେଷ୍ଟ ଡିଜିଟାଲ ନ୍ୟୁଜ ଷ୍ଟାର୍ଟଅପ ସମ୍ମାନ

ସାଉଥ ଏସିଆନ ଡିଜିଟାଲ ଆୱାର୍ଡ ଉତ୍ସବରେ ଯୋଗ ଦେଇଥିଲେ 'ଇଟିଭି ଭାରତ'ର ମ୍ୟାନେଜିଂ ଡାଇରେକ୍ଟର ବୃହତି ଚେରକୁରୀ । ତେବେ ମଙ୍ଗଳବାର ଓ ବୁଧବାର ହେବାକୁ ଥିବା ଏହି WAN IFRA ସମ୍ମିଳନୀରେ ପ୍ରାୟ 100ଟି ନ୍ୟୁଜ ଏଜେନ୍ସି ଓ ମିଡିଆ ଅର୍ଗାନାଇଜେସନ ଭାଗ ନେଇଥିଲେ । ଉତ୍କୃଷ୍ଟ ଧରଣ ଖବର ପ୍ରସାରଣ କ୍ଷେତ୍ରରେ WAN IFRA 'ଇଟିଭି ଭାରତ'କୁ ସମ୍ମାନିତ କରିଛି ।

'ଇଟିଭି ଭାରତ'କୁ ବେଷ୍ଟ ଡିଜିଟାଲ ନ୍ୟୁଜ ଷ୍ଟାର୍ଟଅପ ସମ୍ମାନ

ତେବେ ରାମୋଜୀ ଗ୍ରୁପ ଦ୍ବାରା ସଂଚାଳିତ 'ଇଟିଭି ଭାରତ' ଦେଶର 13ଟି ଭାଷାରେ ଖବର ପ୍ରସାରଣ କରିବାରେ ଏକ ଅଦ୍ଭୁତ ସଫଳତା ହାସଲ କରିଛି । 2019 ମାର୍ଚ୍ଚ 21 ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଦ୍ବାରା 'ଇଟିଭି ଭାରତ' ଡିଜିଟାଲ ଆପ ଲଞ୍ଚ କରାଯାଇଥିଲା । ତେବେ 13 ଟି ଭାଷାର 29 ରାଜ୍ୟ 725 ଜିଲ୍ଲାର ଖବର ପ୍ରତି ଘରେ ଘରେ ପହଞ୍ଚାଉଛି 'ଇଟିଭି ଭାରତ' ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details