ଓଡିଶା

odisha

ETV Bharat / bharat

ସୋନୁ ସୁଦଙ୍କ ପ୍ରସଂଶାରେ ସ୍ମୃତି ଇରାନୀ - smriti irani

ବଲିଉଡ ଅଭିନେତା ସୋନୁ ସୁଦ୍ ବସରେ ଅନେକ ପ୍ରବାସୀଙ୍କୁ ଛାଡିଛନ୍ତି। ତାଙ୍କୁ ଘରକୁ ପଠାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ତାଙ୍କୁ ଏହି କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି।

sonu sood earns praise from smriti irani
ସୋନୁ ସୁଦଙ୍କ ପ୍ରସଂଶାରେ ସ୍ମୃତି ଇରାନୀ

By

Published : May 24, 2020, 1:22 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ଦ୍ବାରା ଜାରି ହୋଇଥିବା ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସବୁଠାରୁ ବଡ ପ୍ରସଙ୍ଗ ଭାବରେ ଉଭା ହୋଇଛି। ଦେଶର ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକଙ୍କୁ ସାଇକେଲ, ଟ୍ରକ୍ କିମ୍ବା ସିମେଣ୍ଟ ମିକ୍ସର୍ ମାଧ୍ୟମରେ ନିଜ ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି । ଏହାସହ ଶହ ଶହ କିଲୋମିଟର ପାଦରେ ଚାଲିଆସୁଥିବା ଚିତ୍ର କ୍ରମାଗତ ଭାବେ ପ୍ରକାଶ ପାଉଛି। ଏହି ସମୟରେ ବଲିଉଡ ଅଭିନେତା ସୋନୁ ସୁଦ୍ ବସରେ ଅନେକ ପ୍ରବାସୀଙ୍କୁ ଛାଡିଛନ୍ତି। ତାଙ୍କୁ ଘରକୁ ପଠାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏହି କାର୍ଯ୍ୟ ପାଇଁ ସୋନୁଙ୍କୁ ପ୍ରଶଂସା କରିଛନ୍ତି।

ସୋନୁ ସୁଦ ମୁମ୍ବାଇ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ସମେତ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନକୁ ଯାଇଥିବା ପ୍ରବାସୀମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ନିରନ୍ତର ବ୍ୟବସ୍ଥା କରୁଛନ୍ତି। ଟ୍ବିଟର ମାଧ୍ୟମରେ ସେମାନଙ୍କ ସହ ଯୋଗାଯୋଗ କରୁଛନ୍ତି ।

ସୋନୁଙ୍କର ଟ୍ବିଟକୁ ରିଟ୍ବିଟ୍ କରି ସ୍ମୃତି ସୋନୁଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ସୋନୁଙ୍କ ପାଇଁ ଆମେ ଗର୍ବିତ । ସ୍ମୃତି ଲେଖିଛନ୍ତି, ‘ସୋନୁ, ଏହା ମୋର ସୌଭାଗ୍ୟ ଯେ ମୁଁ ତୁମକୁ ଜଣେ କଳାକାର ଭାବରେ 2 ଦଶନ୍ଧି ଧରି ଜାଣିଛି ଓ ଜଣେ ଅଭିନେତା ଭାବରେ ତୁମର ପ୍ରଗତିରେ ଖୁସି ଅଛି। କିନ୍ତୁ ତୁମେ ଏପରି ଚ୍ୟାଲେଞ୍ଜିଂ ପରିସ୍ଥିତିରେ ଦୟା ଦେଖାଇଛ, ତାକୁ ନେଇ ମୁଁ ଆହୁରି ଗର୍ବିତ । ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିବାରୁ ଧନ୍ୟବାଦ’।

ଅନ୍ୟପକ୍ଷେ ସୋନୁ ସ୍ମୃତି ଇରାନୀଙ୍କୁ ମଧ୍ୟ ପ୍ରଶଂସା କରି କହିଛନ୍ତି ଯେ ସ୍ମୃତିଙ୍କ କଥା ତାଙ୍କୁ ଅଧିକ କାମ କରିବାକୁ ଉତ୍ସାହିତ କରିଛି। ସୋନୁ ଲେଖିଛନ୍ତି, ‘ମୋର ବନ୍ଧୁ ଧନ୍ୟବାଦ, ତୁମେ ସର୍ବଦା ଏକ ପ୍ରେରଣା ପାଲଟିଛ। ତୁମର ଉତ୍ସାହଜନକ ଶବ୍ଦ ମୋତେ ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଦେଇଛି। ମୁଁ ଆପଣଙ୍କୁ ପ୍ରତିଶୃତି ଦେଉଛି ଯେ ଆମର ପ୍ରତ୍ୟେକ ଭାଇ ଓ ଭଉଣୀ ନିଜ ଘରକୁ ଯିବେ ’।

ଏଥିସହିତ ପଞ୍ଜାବରେ ସୋନୁ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ 1 ହଜାର 500 ପିପିଇ କିଟ୍ ଯୋଗାଇ ଦେଇଥିବା ବେଳେ କିଛି ଦିନ ପୂର୍ବରୁ ସେ ମୁମ୍ବାଇର ଅନେକ ଲୋକଙ୍କୁ ଖାଦ୍ୟ କିଟ୍ ମଧ୍ୟ ବଣ୍ଟନ କରିଥିଲେ। ସୋନୁଙ୍କ ଏହି ପଦକ୍ଷେପଗୁଡିକ କ୍ରମାଗତ ଭାବରେ ପ୍ରଶଂସିତ କରାଯାଉଛି ଓ ଲୋକମାନେ ତାଙ୍କୁ ପ୍ରକୃତ ହିରୋ ବୋଲି ମଧ୍ୟ କହୁଛନ୍ତି ।

ABOUT THE AUTHOR

...view details