ନୂଆଦିଲ୍ଲୀ: ପୁଣିଥରେ କଂଗ୍ରେସର ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି ସୋନିଆ ଗାନ୍ଧୀ । ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ କଂଗ୍ରେସ ସଂସଦୀୟ ଦଳ(ସିପିପି) ବୈଠକରେ ସେ କଂଗ୍ରେସ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ତେବେ ପୁଣିଥରେ ତାଙ୍କୁ ନିର୍ବାଚନରେ ବିଜୟୀ କରିଥିବାରୁ ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୋନିଆ ।
ପୁଣିଥରେ କଂଗ୍ରେସ ସଂସଦୀୟ ଦଳର ନେତା ହେଲେ ସୋନିଆ - lawmakers
ପୁଣିଥରେ କଂଗ୍ରେସ ସଂସଦୀୟ ଦଳର ନେତା ହେଲେ ସୋନିଆ ଗାନ୍ଧୀ । ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ କଂଗ୍ରେସ ସଂସଦୀୟ ଦଳ (ସିପିପି) ବୈଠକରେ ସେ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି ।
ଫାଇଲ ଫଟୋ
ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରଠାରୁ କଂଗ୍ରେସର ଏହି ବୈଠକ ଲଗାତାର ଚାଲିଥିଲା । ଏଥିରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଦାବି ମଧ୍ୟ କରିଥିଲେ । ଯାହାକୁ ଗ୍ରହଣ କରାଯାଇନଥିଲା ।
ବର୍ତ୍ତମାନ ଲୋକସଭାରେ କଂଗ୍ରେସର କେବଳ 52 ଜଣ ସାଂସଦ ଅଛନ୍ତି । ଯାହା ଦଳ ପାଇଁ ଚିନ୍ତାର ବିଷୟ । ତେବେ ବିରୋଧୀ ଦଳର ମାନ୍ୟତା ପାଇଁ ଦଳକୁ ଅତି କମ୍ରେ 55 ସାଂସଦ ଥିବା ନିହାତି ଆବଶ୍ୟକ । ପ୍ରକାଶ ଥାଉ କି, ଚଳିତ ଲୋକସଭା ନିର୍ବାଚନରେ ବିଜେପି ନିଜ ଦମ୍ରେ 303 ଆସନ ଦଖଲ କରିଛି ।