ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗର୍ଭବତୀ ମହିଳାଙ୍କୁ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନଏଫଏସଏ) ଅନୁଯାୟୀ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୋନିଆ ଗାନ୍ଧୀ ଚିଠି ମାଧ୍ୟମରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ରାଜ୍ୟରେ ସମସ୍ତ ଗର୍ଭବତୀ ମହିଳାଙ୍କୁ ଓ ସ୍ତନ୍ୟପାନ କରାଉଥିବା ମାଆ ମାନଙ୍କୁ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ 2013 ଅନୁଯାୟୀ 6000 ଟଙ୍କା ପ୍ରଦାନ କରିବା ପାଇଁ କହିଛନ୍ତି ।
ମା' ମାନଙ୍କୁ ପ୍ରଧାନମନ୍ତ୍ରୀ ମାତୃତ୍ବ ବନ୍ଦନା ଯୋଜନାରେ ପ୍ରଥମେ 6000 ଟଙ୍କା ପ୍ରଦାନ କରାଯାଉଥିଲା । ମାତ୍ର ପରେ ଏହାକୁ ହ୍ରାସ କରାଯାଇ କେନ୍ଦ୍ର ସରକାର 5ହଜାର ଟଙ୍କା କରିଦେଇଥିଲେ । ମାତ୍ର ଏବେ କଂଗ୍ରେସ ଶାସିତ ପ୍ରଦେଶରେ ଏହି ରାଶି ପୂର୍ବବତ 6000 ଟଙ୍କା ରଖିବା ପାଇଁ ସୋନିଆ ଗାନ୍ଧୀ ନିର୍ଦ୍ଦେଶ ଦେଇଛନ୍ତି ।