ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଗୁରୁବାର ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବେ। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ ମଧ୍ୟ ଦିଆ ସରିଛି । ଏପରିକି ଦେଶ ମଧ୍ୟରୁ ବହୁ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ନେତୃବୃନ୍ଦ, ବ୍ୟକ୍ତିବିଶେଷ ପ୍ରମୁଖ ଯୋଗଦେଉଛନ୍ତି । ଏମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କ ମା' ସୋନିଆ ଗାନ୍ଧୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ରାହୁଲ, ସୋନିଆ - cong
ନରେନ୍ଦ୍ର ମୋଦି ଆସନ୍ତାକାଲି(ଗୁରୁବାର) ରାଷ୍ଟ୍ରପତି ଭବନରେ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ । ଆଉ ଏହି ଉତ୍ସବରେ ବିଶ୍ବରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଉଛନ୍ତି । ତେବେ ଏମାନଙ୍କ ମଧ୍ୟରେ ରାହୁଲ ଗାନ୍ଧୀ ତାଙ୍କର ମା ସୋନିଆ ଗାନ୍ଧୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।
ଫାଇଲ ଫଟୋ
ପ୍ରକାଶ ଥାଉକି, 2019 ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ମାତ୍ର ବହୁ ପ୍ରଚେଷ୍ଟା ସତ୍ତ୍ବେ ରାହୁଲ ଗାନ୍ଧୀ ମୋଦିଙ୍କ ସାମ୍ନାରେ ତିଷ୍ଠି ପାରିନଥିଲେ । ଫଳରେ ପ୍ରଧାନମନ୍ତ୍ରୀ ମୋଦି ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ରୂପେ ଗାଦିରେ ବସିବାକୁ ଯାଉଛନ୍ତି ।