ଓଡିଶା

odisha

ETV Bharat / bharat

ସମ୍ମାନ ମିଳିଲାନି, ଦଳ ଛାଡିଲେ ବାପା: ସୋନାକ୍ଷୀ - ବଲିଉଡ ଅଭିନେତ୍ରୀ

ସୋନାକ୍ଷୀ କହିଛନ୍ତି ଯେ ବାପାଙ୍କ ନିଷ୍ପତ୍ତିରେ ସେ ଖୁସି । ଏପରି ନିଷ୍ପତ୍ତି ନେବାରେ ବିଳମ୍ବ ହୋଇଯାଇଛି । ଚାପଗ୍ରସ୍ତ ହୋଇ କାମ କରିବା ଅପେକ୍ଷା ନୂଆ ଜାଗା ବାଛିନେବା ଭଲ ।

ଫାଇଲ ଫଟୋ

By

Published : Mar 30, 2019, 3:23 PM IST

ମୁମ୍ବାଇ: ବିହାରର ପାଟନା ସାହିବ ଆସନରୁ ବିଜେପି ଲୋକସଭା ସଦସ୍ୟ ଥିବା ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ମିଶିବାକୁ ଯାଉଛନ୍ତି । ଏପ୍ରିଲ ୬ ତାରିଖରେ ସେ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାପଡିଛି । ତେବେ ଏହା ଉପରେ ପ୍ରତିକ୍ରିୟା ଦେଇ ତାଙ୍କ ଝିଅ ତଥା ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବିଜେପିକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ।

ସୋନାକ୍ଷୀ କହିଛନ୍ତି ଯେ ବାପାଙ୍କ ନିଷ୍ପତ୍ତିରେ ସେ ଖୁସି। ତେବେ ଏପରି ନିଷ୍ପତ୍ତି ନେବାରେ ବିଳମ୍ବ ହୋଇଯାଇଛି । ଚାପଗ୍ରସ୍ତ ହୋଇ କାମ କରିବା ଅପେକ୍ଷା ନୂଆ ଜାଗା ବାଛିନେବା ଭଲ । ବାପାଙ୍କୁ ବିଜେପିରେ ଉପଯୁକ୍ତ ସମ୍ମାନ ମିଳୁନଥିବା ଯୋଗୁଁ ଏନିଷ୍ପତ୍ତି ଅନେକ ଆଗରୁ ନେବାର ଥିଲା । ସେ ଦଳର ପୁରୁଣା ନେତା । ବାଜପେୟୀ, ଆଡଭାନୀଙ୍କ ଯୁଗରୁ ସେ ଦଳ ସହ ଅଛନ୍ତି । ହେଲେ ତାଙ୍କୁ ଦଳ ପକ୍ଷରୁ ଯେତିକି ଦରକାର ସେତିକି ସମ୍ମାନ ମିଳୁନଥିଲା ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ବିଜେପି ଶତ୍ରୁଘ୍ନଙ୍କ ଟିକେଟ କାଟି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ସେଠାରୁ ପ୍ରାର୍ଥୀ କରିଛି । ଶତ୍ରୁଘ୍ନଙ୍କ ଉପରେ ଦୀର୍ଘଦିନ ଧରି ଦଳ ଅସନ୍ତୁଷ୍ଟ ଥିଲା । ପୂର୍ବରୁ ଶତ୍ରୁଘ୍ନ ବାରମ୍ବାର ମୋଦି ବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲେ । ଏହାସହ ସେ ଟ୍ବିଟ୍‌ କରି ରାହୁଲଙ୍କ ସର୍ବନିମ୍ନ ଆୟ ଯୋଜନାର ପ୍ରଶଂସା କରିଥିଲେ । ଫଳରେ କିଛିଦିନ ହେବ ଚର୍ଚ୍ଚା ଚାଲିଥିଲା ଯେ ସେ କଂଗ୍ରେସରେ ଯୋଗ ଦେବେ ।

ABOUT THE AUTHOR

...view details