କୋଲକାତା: ଅବୈଧ ସମ୍ପର୍କ ମାମଲାରେ ମୁର୍ସିଦାବାଦ ଜିଲ୍ଲାର ପୂର୍ବତନ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ତଥା ବିଧାୟକ ସୁବ୍ରତ ଶାହାଙ୍କ ପୁଅ ଗିରଫ । ବିଧାୟକଙ୍କ ପୁଅ ପୂର୍ବରୁ ବିବାହିତ ଥିବା ବେଳେ 6 ମାସରୁ ଅନ୍ୟ ଜଣେ ଯୁବତୀ ସହ ଅନୈତିକ ସମ୍ବନ୍ଧ ରଖିଥିଲା । ବୁଧବାର ବ୍ରହ୍ମପୁରର ଏକ ଗେଷ୍ଟ ହାଉସରେ ବିଧାୟକଙ୍କ ପୁଅ ପ୍ରେମିକା ସହ ଥିବାବେଳେ ତାଙ୍କ ପତ୍ନୀ ଧରିଛନ୍ତି ।
ଅବୈଧ ସମ୍ପର୍କ ଅଭିଯୋଗରେ ତୃଣମୂଳ କଂଗ୍ରେସ ବିଧାୟକଙ୍କ ପୁଅ ଗିରଫ
ଅବୈଧ ସମ୍ପର୍କ ମାମଲାରେ ମୁରସିଦାବାଦ ଜିଲ୍ଲା ପୂର୍ବତନ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ସୁବ୍ରତ ଶାହାଙ୍କ ପୁଅକୁ ଗିରଫ କଲା ବ୍ରହ୍ମପୁର ପୋଲିସ । ବିବାହିତ ସତ୍ତ୍ବେ 6 ମାସରୁ ଅନ୍ୟ ଏକ ଝିଅ ସହ ସମ୍ପର୍କ ଥିବା ଅଭିଯୋଗ କରିଥିଲେ ପତ୍ନୀ ।
ଅନ୍ୟପକ୍ଷରେ ନିଜର ପତୀ ଶାରୀରିକ ଶୋଷଣ କରୁଥିବା ବିଧାୟକ ସୁବ୍ରତ ଶାହାଙ୍କ ବହୁ ଆରୋପ ଲଗାଇଛନ୍ତି । ନିର୍ଯାତନା ସହି ନପାରି ସେ ନିଜ ବାପ ଘରକୁ ଏକ ବର୍ଷ ହେବ ଚାଲି ଆସିଥିବାବେଳେ ନିଜ ପତୀର ଜଣେ ଝିଅ ସହିତ ଅବୈଧ ସମ୍ପର୍କ ଥିବା ଜାଣି ବୁଧବାର ସଂଧ୍ୟାରେ ବ୍ରହ୍ମପୁରସ୍ଥିତ ଏକ ଗେଷ୍ଟହାଉସକୁ ଯାଇଥିଲେ । ସେଠାରେ ନିଜ ସ୍ବାମୀକୁ ତାଙ୍କ ପ୍ରେମିକା ସହ ଦେଖିବାକୁ ପାଇଥିଲେ ।
ପତ୍ନୀଙ୍କ ଅଭିଯୋଗ ପରେ ବ୍ରହ୍ମପୁର ପୋଲିସ ପହଞ୍ଚି ବିଧାୟକଙ୍କ ପୁଅ ସମେତ ତାର ପ୍ରେମିକାକୁ ଗିରଫ କରିଛି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ତ ଘଟଣା ସମ୍ପର୍କରେ ଅବଗତ କରାଇବେ ବୋଲି ସୁବ୍ରତଙ୍କ ବୋହୂ କହିଛନ୍ତି ।