ନୂଆଦିଲ୍ଲୀ: ଗୁଜୁରାଟର ସୁରଟ ସେସନ୍ସ କୋର୍ଟ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏପ୍ରିଲ 30 ତାରିଖରେ କୋର୍ଟ ତାଙ୍କୁ ଦଣ୍ଡାଦେଶ ଶୁଣାଇବେ । 40 ବର୍ଷୀୟ ସାଇଙ୍କୁ 2013 ମସିହା ଡିସେମ୍ବର ମାସରେ ହରିୟାଣାର କୁରୁକ୍ଷେତ୍ର ନିକଟସ୍ଥ ପିପିଲିରୁ ଗିରଫ କରାଯାଇଥିଲା ।
ବାପା ପରେ ଜେଲ ଯିବ ପୁଅ - narayan-sai
ଗୁଜୁରାଟର ସୁରଟ ସେସନ୍ସ କୋର୍ଟ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏପ୍ରିଲ 30 ତାରିଖରେ କୋର୍ଟ ତାଙ୍କର ଦଣ୍ଡାଦେଶ ଶୁଣାଇବେ ।
ସୁରତର 2ଭଉଣୀ ଆଶାରାମ ବାପୁ ଏବଂ ତାଙ୍କ ପୁଅ ନାରାୟଣଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ । ପୋଲିସ ପୀଡିତାଙ୍କ ବୟାନ ଓ ଘଟଣାସ୍ଥଳରୁ ମିଳିଥିବା ତଥ୍ୟ ଆଧାରରେ ନାରାୟଣ ସାଇ ଓ ଆଶାରାମ ବାପୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । 2 ଭଉଣୀଙ୍କ ମଧ୍ୟରୁ ଜଣେ ନାରାୟଣଙ୍କ ବିରୋଧରେ ଯୌନ ଶୋଷଣର ଆରୋପ ଲଗାଇଥିଲେ ।
ସେ 2002-05 ମଧ୍ୟରେ ସୁରତର ଆଶ୍ରମରେ ରହୁଥିବା ବେଳେ ନାରାୟଣ ତାଙ୍କୁ ଯୌନ ଶୋଷଣ କରିଥିବା ନିଜ ଅଭିଯୋଗରେ କହିଥିଲେ । ସେହିପରି ପୀଡିତାଙ୍କ ବଡ ଭଉଣୀ 1997-2006 ମଧ୍ୟରେ ଅହମଦାବାଦ ଆଶ୍ରମରେ ରହୁଥିବା ବେଳେ ଆଶାରାମ ତାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ କରିଥିଲେ ।