ଓଡିଶା

odisha

ETV Bharat / bharat

ହସ୍ପିଟାଲରେ ବେଡ ନ ପାଇ ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଲେ କୋରୋନା ଆକ୍ରାନ୍ତ

ମୁଁ କୋରୋନା ଆକ୍ରାନ୍ତ, ମୋ ପୁଅ ଜ୍ବରରେ ପୀଡିତ । ମୋ ପାଖରେ ପଇସା ନଥିବାବେଳେ ଚିକିତ୍ସା ପାଇଁ ମୋତେ କୌଣସି ହସ୍ପିଟାଲରେ ବେଡ ମିଳୁନଥିବା ଅଭିଯୋଗ କରିଛନ୍ତି ଜଣେ କୋରୋନା ଆକ୍ରାନ୍ତ ।

ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଲେ କୋରୋନା ଆକ୍ରାନ୍ତ
ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଲେ କୋରୋନା ଆକ୍ରାନ୍ତ

By

Published : Jul 17, 2020, 1:21 PM IST

ବେଙ୍ଗାଲୁରୁ: ହସ୍ପିଟାଲରେ ବେଡ ନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘର ପହଞ୍ଚିଲେ କୋରୋନା ଆକ୍ରାନ୍ତ । କେବଳ ସେ କୋରୋନା ସଂକ୍ରମିତ ନୁହଁନ୍ତି ତାଙ୍କ ପୁଅ ମଧ୍ୟ ଜ୍ବରରେ ପୀଡିତ । ଏପରି ସ୍ଥିତିରେ ତାଙ୍କ ପାଖରେ ଟଙ୍କା ନଥିବାବେଳେ ହସ୍ପିଟାଲରେ ବେଡ ମଧ୍ୟ ମିଳିପାରୁନଥିବା ଅଭିଯୋଗ ହୋଇଛି ।

ଗୁରୁବାର ଅପରାହ୍ନ ସମୟରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ 2 ଛୁଆଙ୍କ ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ମୁଁ କୋରୋନା ଦ୍ବାରା ଆକ୍ରାନ୍ତ, ମୋ ପୁଅକୁ ମଧ୍ୟ ଜ୍ବର ହୋଇଛି । ମୋ ପାଖରେ ଟଙ୍କା ପଇସା ନଥିବାବେଳେ ମୋତେ କୌଣସି ହସ୍ପିଟାଲରେ ଶଯ୍ୟା ମିଳୁନାହିଁ ।

ସେପଟେ, ମୁଖ୍ୟମନ୍ତ୍ରୀଙ୍କ ଜଣେ ନିକଟତମ ବ୍ୟକ୍ତି କହିଛନ୍ତି, ରାଜ୍ୟରେ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ ପର୍ଯ୍ୟାପ୍ତ ବେଡ ରହିଛି । ଅଭିଯୋଗ ଆଣିଥିବା ବ୍ୟକ୍ତି ଜଣକ ହସ୍ପିଟାଲକୁ ନ ଯାଇ ସିଧା ମୁଖ୍ୟମନ୍ତ୍ରୀଙ୍କ ଘର ଆଗକୁ ଆସି ଏଭଳି ଅଭିଯୋଗ କରିଛନ୍ତି । ତେବେ ସଙ୍ଗେସଙ୍ଗେ ଏକ ଆମ୍ବୁଲାନ୍ସ ବନ୍ଦୋବସ୍ତ କରାଯାଇ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ନିକଟତମ ବ୍ୟକ୍ତି କହିଛନ୍ତି।

ABOUT THE AUTHOR

...view details