ଓଡିଶା

odisha

ETV Bharat / bharat

'ଲକଡାଉନରେ ପୂର୍ବରୁ ମଧ୍ୟ କାଶ୍ମୀର ଲୋକେ ଭୟାନକ ସ୍ଥିତିରେ ସମୟ ବିତାଉଛନ୍ତି' - ଲକଡାଉନରେ ମଧ୍ୟ ଆହୁରି ଭୟାନକ ଲକଡାଉନରେ ଅଛନ୍ତି କାଶ୍ମୀର ଲୋକ

କେନ୍ଦ୍ର ସରକାର ଗତ ବର୍ଷ ଅଗଷ୍ଟ 5ରେ କାଶ୍ମୀରରୁ ଧାରା 370କୁ ହଟାଇଥିଲେ । ତେବେ ସେହିଦିନ ଠାରୁ ସେଠାରେ ବର୍ତ୍ତମାନ ପର୍ଯ୍ୟକିଛି ଲୋକ ନଜରବନ୍ଦୀରେ ଅଛନ୍ତି । ଅଧିକ ପଢନ୍ତୁ...

'ଲକଡାଉନରେ ମଧ୍ୟ ଆହୁରି ଭୟାନକ ଲକଡାଉନରେ ଅଛନ୍ତି କାଶ୍ମୀର ଲୋକ'
'ଲକଡାଉନରେ ମଧ୍ୟ ଆହୁରି ଭୟାନକ ଲକଡାଉନରେ ଅଛନ୍ତି କାଶ୍ମୀର ଲୋକ'

By

Published : May 20, 2020, 3:42 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ମଙ୍ଗଳବାର ଜମ୍ମୁ କାଶ୍ମୀରରେ କିଛି ନେତା ନିଜ ଘରେ 10 ମାସ ଧରି ବନ୍ଦ ରହିବା କୁ ନେଇ ନ୍ୟାୟପାଳିକାର ଭୂମିକା ଉପରେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ଦେଶ ଏବେ ସେହି ମାନଙ୍କ କଥା ବୁଝିବ ଯେଉଁମାନେ ଗତ 10 ମାସ ଧରି କାଶ୍ମୀରରେ ନିଜ ଘରେ ବନ୍ଦି ଭାବେ ଜୀବନ କାଟୁଛନ୍ତି ।

ଚିଦାମ୍ବରମ କହିଛନ୍ତି ଯେ, ଦେଶରେ ଲକଡାଉନ 4.0 ଆରମ୍ଭ କରିବାବେଳେ ମୁଁ ଭାବୁଛି କାଶ୍ମୀରର ଲୋକଙ୍କର ଅବସ୍ଥା କ'ଣ ହେବ, ଯେଉଁମାନେ ଲକଡାଉନ ଭିତରେ ବି ଲକଡାଉନରେ ବହୁ ଅସୁବିଧାରେ ବଞ୍ଚୁଛନ୍ତି ।

ନଜରବନ୍ଦୀ ପ୍ରସଙ୍ଗରେ ପୂର୍ବତନ ଅର୍ଥମନ୍ତ୍ରୀ ମଧ୍ୟ ନିଜର ଭାବନା ସେୟାର କରିଛନ୍ତି । ସେ କହିଛନ୍ତି, ''ବର୍ତ୍ତମାନ ଅନ୍ତତଃପକ୍ଷେ ଭାରତବାସୀ ବୁଝିବେ ସେମାନଙ୍କ ସହ କିପରି ଘୋର ଅନ୍ୟାୟ କରାଯାଉଛି, ଯେଉଁମାନଙ୍କୁ ନଜରବନ୍ଦୀ କରାଯାଇଛି, ଆଉ ଯେଉଁମାନେ ବର୍ତ୍ତମାନ ମଧ୍ୟ ନଜରବନ୍ଦିରେ ଅଛନ୍ତି'' ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଗତ ବର୍ଷ ଅଗଷ୍ଟ 5ରେ କାଶ୍ମୀରରୁ ଧାରା 370କୁ ହଟାଇ ଦେଇଥିଲେ। ଏଥି ସହିତ, ମେହବୁବା ମୁଫତି, ଫାରୁକ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲାଙ୍କ ପରି କେତେକ ରାଜନୈତିକ ନେତାଙ୍କୁ ଜନ ସୁରକ୍ଷା ଆଇନ (PSA) ଅନୁଯାୟୀ ପ୍ରତିବନ୍ଧକକୁ ନିଆଯାଇଥିଲା। ତେବେ ଫାରୁକ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲାଙ୍କୁ ଅନେକ ମାସ ବନ୍ଦୀ ପରେ ମୁକ୍ତ କରାଯାଇଥିଲା। ଏଥି ସହିତ ପିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବର୍ତ୍ତମାନ ସୁଦ୍ଧା ନଜରବନ୍ଦୀରେ ନହିଛନ୍ତି । PSA ଅଧୀନରେ ରହିଛନ୍ତି।

ABOUT THE AUTHOR

...view details