କୋଭିଡ-୧୯ ମହାମାରୀ ଯୋଗୁଁ ଜାରି ଲକଡାଉନରେ ଆମେ କେବଳ ଘରେ ପ୍ରସ୍ତୁତ ରନ୍ଧା ଖାଦ୍ୟ ହିଁ ଖାଉଛେ । କିନ୍ତୁ ଲଗାତର ଖାଇବା(ବିଂଜ୍ ଇଟିଂ) ଓ ଅସମୟରେ ଖାଇବା ଦ୍ବାରା ସାଧାରଣ ଗ୍ୟାଷ୍ଟ୍ରିକ ସମସ୍ୟା ଯଥା ବଦହଜମି, ହାଇପରଏସିଡିଟି ଓ ଅନ୍ୟାନ୍ୟ ପେଟ ରୋଗ ଦେଖାଦେଇଥାଏ । ଏସବୁ ଜୀର୍ଣ୍ଣଗତ ବିଶୃଙ୍ଖଳା ଆମ ପାଚନ ଅଗ୍ନିର ଅନୁଚିତ କାର୍ଯ୍ୟକଳାପର ପରିଣାମ ବୋଲି କହନ୍ତି ଆୟୁର୍ବେଦ ବିଶେଷଜ୍ଞ ଡକ୍ଟର ପଦ୍ମାବତୀ କୁନ୍ଦରାପୁ ।
ଶରୀରର ସମସ୍ତ ମେଟାବଲିକ କାର୍ଯ୍ୟକଳାପର ରୂପକ ହେଉଛି ଅଗ୍ନି । ବଦହଜମି ବା ଅଜୀର୍ଣ୍ଣତା ଆମ ଶରୀରର ଦୁର୍ବଳ ପାଚନ ନିଆଁର ପରିଣାମ । ଅଧିକ ମାତ୍ରାରେ ଡାଇଜେଷ୍ଟିଭ ଫାୟର ଯୋଗୁଁ ହିଁ ହାଇପରଏସିଡିଟି ଓ ଅନ୍ୟାନ୍ୟ ପେଟରୋଗ ହୋଇଥାଏ । ‘କୋଡ୍ ଅଫ୍ ଡାଏଟିକ୍ସ’ ଉଲ୍ଲଙ୍ଘନ କରି ଖାଦ୍ୟ ଖାଇବା ହିଁ ସବୁ ପାଚନ ବିଶୃଙ୍ଖଳାର ସାଧାରଣ କାରଣ ବୋଲି ଡକ୍ଟର ପଦ୍ମାବତୀ କହନ୍ତି । ପାଚନ ବିଶୃଙ୍ଖଳାର ଶାରୀରିକ ଓ ମାନସିକ କାରଣ ମଧ୍ୟ ରହିଛି ।
ଶାରୀରିକ କାରଣ
. ପୂର୍ବ ଖାଦ୍ୟ ହଜମ ହେବା ପୂର୍ବରୁ ପୁଣି ଖାଦ୍ୟ ଖାଇବା
. ଅସମୟରେ ଖାଦ୍ୟ ଖାଇବା
. ଭୋକ ନ ଥିଲେ ବି ଖାଇବା
. ମସଲା, ଲୁଣ, ତୈଳ ଯୁକ୍ତ ଖାଦ୍ୟ ଅଧିକ ଖାଇବା
. ରାତିରେ ବେଶ୍ ଡେରିରେ ଖାଇବା
. ଖାଇବା ସମୟରେ ଅଧିକ ପାଣି ପିଇବା
. ପ୍ରକ୍ରିୟାକୃତ ଓ ବାସି ଖାଦ୍ୟ
. ଅଧିକ ଚା’ ଓ କଫି ପିଇବା
. ବିଶ୍ରାମର ଅଭାବ ଓ କମ୍ ନିଦ
. ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇବା
. ପ୍ରାକୃତିକ ପ୍ରକ୍ରିୟା ଦବାଇ ରଖିବା
. ତମାଖୁ, ନିଶା ସେବନ ଓ ମଦ୍ୟପାନ
ମାନସିକ କାରଣ
. ଅବସାଦଗ୍ରସ୍ତ ଜୀବନଶୈଳୀ