ଭୋପାଳ: ଅଯୋଧ୍ଯା ରାମ ମନ୍ଦିର ଭୂମି ପୂଜନ ପାଇଁ ଉଜୈନ ଏବଂ ମହାକଳେଶ୍ୱର ମନ୍ଦିରରୁ ମାଟି ଓ ପାଉଁଶ ରାମ ମନ୍ଦିର ପଠାଯିବ । ପୂର୍ବରୁ ବିଶ୍ୱାସ ରହିଛି ଯେ ଭଗବାନ ରାମ ଉଜୈନକୁ ଆସି ଶିପ୍ରା ନଦୀ କୂଳରେ ରହିଥିଲେ। ସେବେଠାରୁ ନଦୀ କୂଳର ନାମ ‘ରାମ ଘାଟ’ ରଖାଯାଇଛି ।
ଆହ୍ବାନ ଅଖାରା ନେତା ତଥା ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ଆଚାର୍ଯ୍ୟ ଶେଖର ଇଟିଭି ଭାରତ ସହ କଥା ହୋଇ କହିଛନ୍ତି, ଶିପ୍ରା ନଦୀ ଏବଂ ମହାକାଳ ମନ୍ଦିରର ପୂଜା ପରେ ସେ ମହାକାଳେଶ୍ବର ମନ୍ଦିରରୁ ମାଟି ଏବଂ ପାଉଁଶ ନେଇ ଅଯୋଧ୍ୟା ଯିବେ।